‘ଯୁବପିଢ଼ି ମୋବାଇଲ ଛାଡ଼ି ଖବରକାଗଜ ପଢ଼ିବା ଉଚିତ’

ଭୁବନେଶ୍ୱର,୨୪ା୧୧: ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନେ କିଭଳି ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରି ଏହି ଅଭିଯାନରେ ସାମିଲ କରିପାରିବେ ସେ ସଂକ୍ରାନ୍ତରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନ୍‌କ୍ଲେଭ୍‌ ବା ଯୁବ ସମ୍ମିଳନୀ’ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୫ମ ସଂସ୍କରଣରେ ପହଞ୍ଚିଥିବାବେଳେ ସୋମବାର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଫାଇଣ୍ଡିଂ ସଲ୍ୟୁଶନ୍ସ’।

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନାକୁ ସ୍ବାଗତ କରି କହିଛନ୍ତି, ପରିବେଶ ପାଇଁ ଆମେ କାମ କରୁଛୁ ପ୍ରତ୍ୟେକ ଲୋକ ଯଦି ଚାହିଁବେ ପରିବେଶ କ୍ଷେତ୍ରରେ ପରିବର୍ତ୍ତନ ଆସିପାରିବେ। ଆମେ ସମସ୍ତେ ମରିବା କିଛି ନେବାନି। କିନ୍ତୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା। ଯାହାକି ଆଗାମୀ ପିଢ଼ିକୁ ସାହାଯ୍ୟ କରିବ।

ତଥାଗତ ସତପଥୀ ଆହୁରି ମଧ୍ୟ କହିଛନ୍ତି, ସବୁଜ ସୁନ୍ଦର ପୃଥିବୀ ନିର୍ମାଣ ପାଇଁ ଆମେ କାମ କରୁଛୁ, ଆଗକୁ ମଧ୍ୟ କାମ କରିବୁ। ଯୁବପିଢ଼ି ପରିବେଶ ପାଇଁ କାର୍ଯ୍ୟ କରିବା ଉଚିତ୍‌। ଏପରିକି ମୋବାଇଲ ଛାଡ଼ି ଯୁବପିଢ଼ି ଖବରକାଗଜ ପଢ଼ିବା ଉଚିତ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share