ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ ରିଲସ କରୁଥିବା ବେଳେ ବୁଡି ଯାଇଥିଲେ । ତେବେ ଜଣେ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି । ନିଶାଶକ୍ତ ଅବସ୍ଥାରେ ପୋଲ ଉପରୁ ନଦୀକୁ ଡେଇଁ ରିଲସ କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି ।
ରିଲସ ପାଇଁ ଭିଡିଓ କରୁଥିବା ଯୁବକକୁ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ କେନ୍ଦୁଝର ଅଞ୍ଚଳର ତିନି ଜଣ ଯୁବକ ଭଦ୍ରକରେ ଆସି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଆଜି କୌଣସି କାମ ନମିଳିବାରୁ ରିଲସ କରିବାକୁ ସାଳନ୍ଦୀ ବ୍ରିଜକୁ ଆସିଥିଲେ। ଜଣେ ଯୁବକ ଡେଇଁ ବା ପରେ ଆଉ ଜଣେ ଯୁବକ ଡ଼ିଆଁ ମାରିଥିଲେ। ଅନ୍ୟ ଜଣେ ମୋବାଇଲରେ ଏହାକୁ ସୁଟିଂ କରୁଥିଲେ ରିଲସ ପାଇଁ । ତେବେ ପ୍ରଥମ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ଯୁବକ ଜଣଙ୍କ ଏବେବି ନିଖୋଜ ରହିଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ମିଥୁନ ନାୟକଙ୍କୁ ଖୋଜା ଖୋଜି କରୁଛି ।