ଯୁବନେତା ଶୁକଦେବ ଭଞ୍ଜଙ୍କୁ ଗୁରୁ ଦାୟିତ୍ୱ: ଦେବଗଡର ସୋସିଆଲ ମିଡିଆ କୋଡିନେଟର ଭାବେ ମନୋନୀତ

ଦେବଗଡ,୭।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ କୋଡିନେଟର ଭାବେ ଯୁବନେତା ଶୁକଦେବ ଭଞ୍ଜ ମନୋନୀତ ହେଇଛନ୍ତି। ତେଣୁ ଶୁକଦେବ ଭଞ୍ଜ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ସୋସିଆଲ ମିଡିଆ ଓ ଆଇଟି କନଭେନର ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏବଂ ଦେବଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ରୋମାଞ୍ଚ ରଞ୍ଜନ ବିଶାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ନାମ ଘୋଷଣା ହେବାପରେ ତାଙ୍କର ସମର୍ଥକ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏଥିସହ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଦଳର ପ୍ରଚାର ପ୍ରସାର ପାଇଁ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

Dharitri — Odisha’s Most Trusted Odia Newspaper

Share
Tags: odisha