ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

ଭବାନୀପାଟଣା,୮ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଘୋଡ଼ାଘାଟ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଭବାନୀପାଟଣା ସହର ବିବିସି ପଡ଼ାର ସତ୍ୟନାରାୟଣ ରାୟ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ, ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କିଛି ଯୁବକଙ୍କ ସହ ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share
Tags: Youth killed