ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା: ୩ ମହିଳାଙ୍କ ସମେତ ୭ ଗିରଫ

ସୁନ୍ଦରଗଡ଼/ନୂଆଗାଁ, ୨୬।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ତାଇନ୍ଦା ଗଞ୍ଜୁବସ୍ତିରେ ବୁଧବାର ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଜଗେଶ୍ୱର ସିଂ (୩୪)। ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ମହିଳାଙ୍କ ସମେତ ୭ଜଣଙ୍କୁ ପୋଲିସ ଗିରଫ କରିଛି।
ତାଇନ୍ଦା ଗଞ୍ଜୁବସ୍ତିରେ ରହୁଥିବା ଜଗେଶ୍ୱରଙ୍କ ସହିତ ତାଙ୍କ ବଂଶର ଲଳିତ ସିଂ, ରମେଶ ସିଂଙ୍କ ଜମିବିବାଦ ଲାଗିରହିଥିଲା। ଏକ ଆମ୍ବଗଛ ଜଗେଶ୍ୱର ଓ ଲଳିତ ଉଭୟଙ୍କ ଜମିହିଡ଼ରେ ରହିଥିଲା। ତେବେ ଏହି ଗଛ ପ୍ରକୃତରେ କାହାର ସେ ନେଇ ବୁଧବାର ସକାଳେ ବୀରମିତ୍ରପୁର ରେଞ୍ଜର ଓ ସୋରଡ଼ା ରାଜସ୍ବ ନିରୀକ୍ଷକ ଉକ୍ତ ଗ୍ରାମକୁ ଯାଇ ମାପଚୁପ କରିଥିଲେ। ଉଭୟ ପରିବାରକୁ ବୁଝେଇ ଆସିଥିଲେ କି ଗଛଟି ଉଭୟଙ୍କ ଜମିହିଡ଼ରେ ଅଛି। ତେଣୁ ଗଛଟି ଉଭୟଙ୍କ ଭାଗରେ ଅଧା ଲେଖାଏ ପଡ଼ିବ। ତେଣୁ ସେମାନେ ଗଣ୍ଡଗୋଳରୁ ନିବୃତ ରହି ମିଳିମିଶି ରହିବାକୁ ଉଭୟ ପରିବାରକୁ ବୁଝାଇ ଆସିଥିଲେ। ତେବେ ରେଞ୍ଜର ଓ ରାଜସ୍ବ ନିରୀକ୍ଷକ ଚାଲିଯିବା ପରେ ଅପରାହ୍ନ ଦୁଇଟାରେ ପୁଣି ଉଭୟ ପରିବାର ଭିତରେ ଝଗଡା ଆରମ୍ଭ ହୋଇଥିଲା। ଏଥିରେ ଲଳିତ, ତାଙ୍କ ଭାଇ ରମେଶ ଏବଂ କେତେକ ମହିଳା ଆସି ଜଗେଶ୍ୱରଙ୍କୁ ଲାଠି ଓ ପଥରରେ ଆକ୍ରମଣ କରିଥିଲେ। ଫଳରେ ଜଗେଶ୍ୱରଙ୍କ ମୁଣ୍ଡ, କାନରେ ଗଭୀରକ୍ଷତ ହେବା ସହ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ହାତୀବାରି ଥାନା ଅଧିକାରୀ ବୀରକିଶୋର ମଲ୍ଲିକ, ନୂଆଗାଁ ଫାଣ୍ଡି ଅଧିକାରୀ ହରିହର ଦାସ ସାଇଣ୍ଟିଫିକ୍‌ ଦଳ ସହ ଯାଇ ଘଟଣାର ତଦନ୍ତ କରିଛନ୍ତି। ଏହି ଘଟଣା ପରେ ପୋଲିସ ଲଳିତ, ରମେଶ, ୨ ବୟସ୍କ ବ୍ୟକ୍ତି ଓ ୩ ମହିଳାଙ୍କୁ ଗିରଫ କରିଛି। ପୋଲିସ ମୃତଦେହ ଜବତ କରିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ହେଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri