ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ହତ୍ୟା: ୩ ମହିଳାଙ୍କ ସମେତ ୭ ଗିରଫ

ସୁନ୍ଦରଗଡ଼/ନୂଆଗାଁ, ୨୬।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ତାଇନ୍ଦା ଗଞ୍ଜୁବସ୍ତିରେ ବୁଧବାର ଜମିବାଡ଼ି ବିବାଦକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଜଗେଶ୍ୱର ସିଂ (୩୪)। ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ମହିଳାଙ୍କ ସମେତ ୭ଜଣଙ୍କୁ ପୋଲିସ ଗିରଫ କରିଛି।
ତାଇନ୍ଦା ଗଞ୍ଜୁବସ୍ତିରେ ରହୁଥିବା ଜଗେଶ୍ୱରଙ୍କ ସହିତ ତାଙ୍କ ବଂଶର ଲଳିତ ସିଂ, ରମେଶ ସିଂଙ୍କ ଜମିବିବାଦ ଲାଗିରହିଥିଲା। ଏକ ଆମ୍ବଗଛ ଜଗେଶ୍ୱର ଓ ଲଳିତ ଉଭୟଙ୍କ ଜମିହିଡ଼ରେ ରହିଥିଲା। ତେବେ ଏହି ଗଛ ପ୍ରକୃତରେ କାହାର ସେ ନେଇ ବୁଧବାର ସକାଳେ ବୀରମିତ୍ରପୁର ରେଞ୍ଜର ଓ ସୋରଡ଼ା ରାଜସ୍ବ ନିରୀକ୍ଷକ ଉକ୍ତ ଗ୍ରାମକୁ ଯାଇ ମାପଚୁପ କରିଥିଲେ। ଉଭୟ ପରିବାରକୁ ବୁଝେଇ ଆସିଥିଲେ କି ଗଛଟି ଉଭୟଙ୍କ ଜମିହିଡ଼ରେ ଅଛି। ତେଣୁ ଗଛଟି ଉଭୟଙ୍କ ଭାଗରେ ଅଧା ଲେଖାଏ ପଡ଼ିବ। ତେଣୁ ସେମାନେ ଗଣ୍ଡଗୋଳରୁ ନିବୃତ ରହି ମିଳିମିଶି ରହିବାକୁ ଉଭୟ ପରିବାରକୁ ବୁଝାଇ ଆସିଥିଲେ। ତେବେ ରେଞ୍ଜର ଓ ରାଜସ୍ବ ନିରୀକ୍ଷକ ଚାଲିଯିବା ପରେ ଅପରାହ୍ନ ଦୁଇଟାରେ ପୁଣି ଉଭୟ ପରିବାର ଭିତରେ ଝଗଡା ଆରମ୍ଭ ହୋଇଥିଲା। ଏଥିରେ ଲଳିତ, ତାଙ୍କ ଭାଇ ରମେଶ ଏବଂ କେତେକ ମହିଳା ଆସି ଜଗେଶ୍ୱରଙ୍କୁ ଲାଠି ଓ ପଥରରେ ଆକ୍ରମଣ କରିଥିଲେ। ଫଳରେ ଜଗେଶ୍ୱରଙ୍କ ମୁଣ୍ଡ, କାନରେ ଗଭୀରକ୍ଷତ ହେବା ସହ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ହାତୀବାରି ଥାନା ଅଧିକାରୀ ବୀରକିଶୋର ମଲ୍ଲିକ, ନୂଆଗାଁ ଫାଣ୍ଡି ଅଧିକାରୀ ହରିହର ଦାସ ସାଇଣ୍ଟିଫିକ୍‌ ଦଳ ସହ ଯାଇ ଘଟଣାର ତଦନ୍ତ କରିଛନ୍ତି। ଏହି ଘଟଣା ପରେ ପୋଲିସ ଲଳିତ, ରମେଶ, ୨ ବୟସ୍କ ବ୍ୟକ୍ତି ଓ ୩ ମହିଳାଙ୍କୁ ଗିରଫ କରିଛି। ପୋଲିସ ମୃତଦେହ ଜବତ କରିଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ହେଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri