ନିଶା ବେପାରୀଙ୍କ ଟାର୍ଗେଟରେ ଯୁବବର୍ଗ

ବଲାଙ୍ଗୀର ଅଫିସ, ୧୪ା୩: ନିଶା ବେପାରୀଙ୍କ ଟାର୍ଗେଟରେ ରହିଛନ୍ତି ଉଭୟ ଶିକ୍ଷିତ ଏବଂ ଅଶିକ୍ଷିତ ଯୁବକ। ବଲାଙ୍ଗୀର ସମେତ ଓଡ଼ିଶାର ଅଧିକ ସଂଖ୍ୟକ ଯୁବତୀ, ଯୁବକ ନିଶାସେବନରେ ମାତିଛନ୍ତି। ନିଶା ଯୋଗୁ ସେମାନଙ୍କର ବହୁମୂଲ୍ୟ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ରହୁଛି। ଏହି ଯୁବତୀ, ଯୁବକଙ୍କୁ ନିଶାସେବନରୁ ଛଡାଇବାକୁ ହେଲେ ରାଜ୍ୟ ତଥା ଦେଶରେ ଜାଲ ଭଳିଆ ବିଛାଇ ହୋଇଥିବା ଡ୍ରଗ୍ସ ନେଟୱର୍କକୁ ଭେଦ କରିବାକୁ ହେବ। ବଲାଙ୍ଗୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ସ୍କ୍ବାଡ ଗଠନ କରାଯାଇ ଉପରୁ ତଳକୁ ଲମ୍ବିଥିବା ଡ୍ରଗ୍ସ ନେଟ୍‌ୱର୍କର ପର୍ଦ୍ଦାଫାଶ କରିବା ପ୍ରୟାସ ଆରମ୍ଭ କରାଯାଇଛି।

କଫ୍‌ ସିରପ କାରବାରରେ ୫ମହିଳା ଗିରଫ
ସୋମବାର କଫ୍‌ ସିରପ କାରବାରରେ ବଲାଙ୍ଗୀର ପୋଲିସ ୩୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ଚୌଦ୍ୱାରର ମହିମା ରାଉତ (୨୪), ବଲାଙ୍ଗୀର ସହର ବରପାଲିପଡାର ଯାଜ୍ଞସେନୀ ମେହେର (୪୫), ଶାନ୍ତିଲତା ଜେନା (୩୫), କନ୍ଧପାଲିପଡାର ଡାଲିମ୍ବ ବାରିବ (୬୦) ଓ ତାଲପାଲିପଡାର ମମତା କୁମ୍ଭାର (୩୩)। ପୋଲିସ ଟିମ୍‌ ସୋମବାର ଏମାନଙ୍କୁ ଘରୁ ଉଠାଇ ଆଣିବା ପରେ ପଡାରେ ଚହଳ ପଡିଯାଇଥିଲା। ଉପରୋକ୍ତ ମହିଳାମାନେ କଫ ସିରପ ଆଣି ବିକ୍ରି କରୁଥିଲେ। ଲିଙ୍ଗଗତ ବିଭେଦ ଉର୍ଦ୍ଧ୍ୱରେ ଏହି କାରବାରରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଗକୁ କାଯର୍ର୍‌ୟାନୁଷ୍ଠାନ ଜାରି ରହିବ ବୋଲି ଏସ୍‌ପି କୁଶଲକର କଡା ଚେତାବନୀ ଦେଇଛନ୍ତି।

ପ୍ରଶାନ୍ତ କ୍ଷେତୀଙ୍କ ପାଖରୁ ବନ୍ଧୁକ ଜବତ
ବଲାଙ୍ଗୀରର ଚର୍ଚ୍ଚିତ କଫ୍‌ ସିରପ ମାଫିଆ ପ୍ରଶାନ୍ତ କ୍ଷେତୀଙ୍କ ପାଖରୁ ପୋଲିସ ଟିମ୍‌ ଏକ ଦେଶୀ ବନ୍ଧୁକ ଜବତ କରିଛି। ପୂର୍ବରୁ ମଧ୍ୟ ବହୁବାର ପ୍ରଶାନ୍ତ ଗିରଫ ହୋଇଛନ୍ତି। ଜାମିନରେ ବାହାରିବା ପରେ ସେ ପୁଣି କଫ୍‌ ସିରପ କାରବାର ଚଳାଇଥିବା ପୋଲିସ ଜାଣିପାରିଛି।

ଚର୍ଚ୍ଚାରେ ତୋଫାନ୍‌ ବନାମ ତୋଫାନ
ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର କଫ୍‌ ସିରପ ଚୋରାଚାଲାଣକାରୀଙ୍କ ବିରୋଧରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛନ୍ତି। ଏହି ସ୍କ୍ବାଡରେ ସଦର ଏସ୍‌ଡିପିଓ ତୋଫାନ୍‌ ବାଗଙ୍କୁ ଟିମ୍‌ ଲିଡର ରଖାଯାଇଛି। ତାଙ୍କ ନେତୃତ୍ୱରେ ଏହି ସ୍କ୍ବାଡ ରାଜ୍ୟ ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ ଜବତ କରିବା ସହ ୩୭ ଜଣଙ୍କୁ ଗିରଫ କରିଛି। ଏହି ଚୋରା କଫ୍‌ ସିରପ କାରବାରର ଅନ୍ୟତମ ପେଣ୍ଠସ୍ଥଳୀ ପାଲଟିଛି କଟକ। କଟକ ଚାଉଲିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାରର ତୋଫାନ୍‌ ବଢ଼େଇ କଫ୍‌ ସିରପ କାରବାରର ଜଣେ ମୁଖ୍ୟ ଅଭିଯୁକ୍ତ। ଅଭିଯୁକ୍ତ ବଢେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଫ୍‌ ସିରପ କାରବାର ଚାଲିଥିବାବେଳେ ସଦର ଏସଡିପିଓ ତୋଫାନ୍‌ ବାଗଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆଣ୍ଟିକଫ୍‌ ସିରଫ ଅପରେଶନ୍‌ ସ୍କ୍ବାଡ ପରିଚାଳିତ ହେଉଛି। ଏନେଇ ଜଣାପଡିବା ପରେ ଏବେ ତୋଫନ୍‌ ବନାମ ତୋଫାନ ଆଲୋଚନାର ବିଷୟ ହୋଇଛି।

କଫ୍‌ ସିରପ କାରବାରରେ ଏକକାଳୀନ ୩୭ ଗିରଫ
ପ୍ରଥମ ଦଫାରେ ବଲାଙ୍ଗୀର ପୋଲିସ ବେଆଇନ କଫ୍‌ ସିରପ ବେପାରୀଙ୍କୁ କଡା ଜବାବ ଦେଇଛି। ଏକକାଳୀନ ରେକର୍ଡ ସଂଖ୍ୟକ ୩୭ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ହରଦୋଇ ଜିଲା ଖଣ୍ଡିଆର ଅଭିଯୁକ୍ତ ରାଜ କପୁର, ଝାନ୍‌ସିର ରବି କୁମାର ପାଲ, କଟକ ଜିଲା ଚୌଦ୍ୱାରର ମହିମା ରାଉତ୍‌, ତୋଫାନ ବଢ଼େଇ, ବଡମ୍ବାର ସୋମନାଥ ବେହେରା, ରଣଜିତ ରାଉତ, ଜଗତପୁରର ସରୋଜ ଜେନା, ବରଗଡ ଜିଲା ଗାଇସିଲେଟ ଥାନା ମାହାରପାଲିର ନେହେରୁ ସାହୁ, ଅଇଁଲାଭଟାର ହରିଶ୍ଚନ୍ଦ୍ର ସାହୁ, ହଲଦୀପାଲି ଛକର କରତାର ସିଂ, ଡାଙ୍ଗର ସୁରେଶ ପାତ୍ରଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର ସହର ମାଲପଡାର କଫ୍‌ ସିରପ ମାଫିଆ ପ୍ରଶାନ୍ତ କ୍ଷେତୀ, ରୁଗୁଡିପଡାର ବାବୁଲୁ ଓରଫ ଶଙ୍କର୍ଷଣ ବଗର୍ତ୍ତି, ବରପାଲିପଡାର ରାଜକୁମାର ମେହେର, ରାକେଶ ପ୍ରଧାନ, ଠିକାଦାରପଡାର ରାଜେଶ ନାଏକ, ପ୍ୟାଲେସ ଲାଇନ୍‌ ଶିବୁ ଓରଫ୍‌ ସମୀର ପଣ୍ଡା, ରାଜ କୁମାର ରଣା, ପୁଇଁତଲା ଥାନା ତୁଲସୀପାଲିର ସତ୍ୟ ପ୍ରଧାନ, ଚିମିନିଭାଟିର ରାଜକିଶୋର ପ୍ରଧାନଙ୍କୁ ଗିରଫ କରାଯାଇଛି।

ସମ୍ମିଳିତ ପଦକ୍ଷେପ ନିଶାମୁକ୍ତ ବଲାଙ୍ଗୀର ଗଢ଼ିବ: ଏସ୍‌ପି

ବଲାଙ୍ଗୀର ପୋଲିସ ନିଶା କାରବାର ନେଟ୍‌ୱର୍କର ପର୍ଦ୍ଦାଫାଶ କରିବା ପ୍ରୟାସ ଆରମ୍ଭ କରିଛି। ମାତ୍ର ଜନସାଧାରଣ ଓ ସିଭିଲ ସୋସାଇଟିର ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ମିଳିତ ଭାବେ ପୋଲିସ, ଜିଲା ପ୍ରଶାସନ ଏବଂ ସିଭିଲ ସୋସାଇଟି କାର୍ଯ୍ୟ କଲେ ନିଶା ସେବନରୁ ଯୁବକ, ଯୁବତୀଙ୍କୁ କ୍ଷାନ୍ତ କରାଯାଇ ପାରିବ ବୋଲି ଏସ୍‌ପି ନୀତିନ କୁଶଲକର କହିଛନ୍ତି। ଆଗକୁ ମଧ୍ୟ ଆଣ୍ଟିଡ୍ରଗ୍ସ ଅପରେଶନ ଜାରି ରହିବ। ଜିଲା ପ୍ରଶାସନ ପକ୍ଷରୁ ନିଶାଗ୍ରସ୍ତ ଯୁବକଙ୍କ ନିଶାମୁକ୍ତି ପାଇଁ ଡିଆଡିକ୍ଟ ସେଣ୍ଟର ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବ। ଖୁବ୍‌ଶୀଘ୍ର ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ନିଶାଗ୍ରସ୍ତ ଯୁବକ ଏବଂ ବ୍ୟକ୍ତିଙ୍କୁ ସ୍ବାଭାବିକ କରିବା ପାଇଁ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ା ଭବିଷ୍ୟତରେ ଯେଭଳି ବଲାଙ୍ଗୀରରେ ଆଉ ନିଶା ବେପାର ଚାଲିବ ନାହିଁ ସେ ଦିଗରେ ମଧ୍ୟ ଯୋଜନା କରାଯିବ ବୋଲି କହିଛନ୍ତି। ତେବେ ଏଦିଗରେ ସିଭିଲ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନିର୍ବାହ କରିବା ଦିଗରେ ଅଭିଭାବକ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଏବ ଜନସାଧାରଣଙ୍କୁ ସହୃଦୟତାର ସହ କାର୍ଯ୍ୟ କରିିବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri