ନିଶା ବେପାରୀଙ୍କ ଟାର୍ଗେଟରେ ଯୁବବର୍ଗ

ବଲାଙ୍ଗୀର ଅଫିସ, ୧୪ା୩: ନିଶା ବେପାରୀଙ୍କ ଟାର୍ଗେଟରେ ରହିଛନ୍ତି ଉଭୟ ଶିକ୍ଷିତ ଏବଂ ଅଶିକ୍ଷିତ ଯୁବକ। ବଲାଙ୍ଗୀର ସମେତ ଓଡ଼ିଶାର ଅଧିକ ସଂଖ୍ୟକ ଯୁବତୀ, ଯୁବକ ନିଶାସେବନରେ ମାତିଛନ୍ତି। ନିଶା ଯୋଗୁ ସେମାନଙ୍କର ବହୁମୂଲ୍ୟ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ରହୁଛି। ଏହି ଯୁବତୀ, ଯୁବକଙ୍କୁ ନିଶାସେବନରୁ ଛଡାଇବାକୁ ହେଲେ ରାଜ୍ୟ ତଥା ଦେଶରେ ଜାଲ ଭଳିଆ ବିଛାଇ ହୋଇଥିବା ଡ୍ରଗ୍ସ ନେଟୱର୍କକୁ ଭେଦ କରିବାକୁ ହେବ। ବଲାଙ୍ଗୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ସ୍କ୍ବାଡ ଗଠନ କରାଯାଇ ଉପରୁ ତଳକୁ ଲମ୍ବିଥିବା ଡ୍ରଗ୍ସ ନେଟ୍‌ୱର୍କର ପର୍ଦ୍ଦାଫାଶ କରିବା ପ୍ରୟାସ ଆରମ୍ଭ କରାଯାଇଛି।

କଫ୍‌ ସିରପ କାରବାରରେ ୫ମହିଳା ଗିରଫ
ସୋମବାର କଫ୍‌ ସିରପ କାରବାରରେ ବଲାଙ୍ଗୀର ପୋଲିସ ୩୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ଚୌଦ୍ୱାରର ମହିମା ରାଉତ (୨୪), ବଲାଙ୍ଗୀର ସହର ବରପାଲିପଡାର ଯାଜ୍ଞସେନୀ ମେହେର (୪୫), ଶାନ୍ତିଲତା ଜେନା (୩୫), କନ୍ଧପାଲିପଡାର ଡାଲିମ୍ବ ବାରିବ (୬୦) ଓ ତାଲପାଲିପଡାର ମମତା କୁମ୍ଭାର (୩୩)। ପୋଲିସ ଟିମ୍‌ ସୋମବାର ଏମାନଙ୍କୁ ଘରୁ ଉଠାଇ ଆଣିବା ପରେ ପଡାରେ ଚହଳ ପଡିଯାଇଥିଲା। ଉପରୋକ୍ତ ମହିଳାମାନେ କଫ ସିରପ ଆଣି ବିକ୍ରି କରୁଥିଲେ। ଲିଙ୍ଗଗତ ବିଭେଦ ଉର୍ଦ୍ଧ୍ୱରେ ଏହି କାରବାରରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଗକୁ କାଯର୍ର୍‌ୟାନୁଷ୍ଠାନ ଜାରି ରହିବ ବୋଲି ଏସ୍‌ପି କୁଶଲକର କଡା ଚେତାବନୀ ଦେଇଛନ୍ତି।

ପ୍ରଶାନ୍ତ କ୍ଷେତୀଙ୍କ ପାଖରୁ ବନ୍ଧୁକ ଜବତ
ବଲାଙ୍ଗୀରର ଚର୍ଚ୍ଚିତ କଫ୍‌ ସିରପ ମାଫିଆ ପ୍ରଶାନ୍ତ କ୍ଷେତୀଙ୍କ ପାଖରୁ ପୋଲିସ ଟିମ୍‌ ଏକ ଦେଶୀ ବନ୍ଧୁକ ଜବତ କରିଛି। ପୂର୍ବରୁ ମଧ୍ୟ ବହୁବାର ପ୍ରଶାନ୍ତ ଗିରଫ ହୋଇଛନ୍ତି। ଜାମିନରେ ବାହାରିବା ପରେ ସେ ପୁଣି କଫ୍‌ ସିରପ କାରବାର ଚଳାଇଥିବା ପୋଲିସ ଜାଣିପାରିଛି।

ଚର୍ଚ୍ଚାରେ ତୋଫାନ୍‌ ବନାମ ତୋଫାନ
ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର କଫ୍‌ ସିରପ ଚୋରାଚାଲାଣକାରୀଙ୍କ ବିରୋଧରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛନ୍ତି। ଏହି ସ୍କ୍ବାଡରେ ସଦର ଏସ୍‌ଡିପିଓ ତୋଫାନ୍‌ ବାଗଙ୍କୁ ଟିମ୍‌ ଲିଡର ରଖାଯାଇଛି। ତାଙ୍କ ନେତୃତ୍ୱରେ ଏହି ସ୍କ୍ବାଡ ରାଜ୍ୟ ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରି ବିପୁଳ ପରିମାଣର କଫ୍‌ ସିରପ ଜବତ କରିବା ସହ ୩୭ ଜଣଙ୍କୁ ଗିରଫ କରିଛି। ଏହି ଚୋରା କଫ୍‌ ସିରପ କାରବାରର ଅନ୍ୟତମ ପେଣ୍ଠସ୍ଥଳୀ ପାଲଟିଛି କଟକ। କଟକ ଚାଉଲିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାରର ତୋଫାନ୍‌ ବଢ଼େଇ କଫ୍‌ ସିରପ କାରବାରର ଜଣେ ମୁଖ୍ୟ ଅଭିଯୁକ୍ତ। ଅଭିଯୁକ୍ତ ବଢେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଫ୍‌ ସିରପ କାରବାର ଚାଲିଥିବାବେଳେ ସଦର ଏସଡିପିଓ ତୋଫାନ୍‌ ବାଗଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆଣ୍ଟିକଫ୍‌ ସିରଫ ଅପରେଶନ୍‌ ସ୍କ୍ବାଡ ପରିଚାଳିତ ହେଉଛି। ଏନେଇ ଜଣାପଡିବା ପରେ ଏବେ ତୋଫନ୍‌ ବନାମ ତୋଫାନ ଆଲୋଚନାର ବିଷୟ ହୋଇଛି।

କଫ୍‌ ସିରପ କାରବାରରେ ଏକକାଳୀନ ୩୭ ଗିରଫ
ପ୍ରଥମ ଦଫାରେ ବଲାଙ୍ଗୀର ପୋଲିସ ବେଆଇନ କଫ୍‌ ସିରପ ବେପାରୀଙ୍କୁ କଡା ଜବାବ ଦେଇଛି। ଏକକାଳୀନ ରେକର୍ଡ ସଂଖ୍ୟକ ୩୭ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ହରଦୋଇ ଜିଲା ଖଣ୍ଡିଆର ଅଭିଯୁକ୍ତ ରାଜ କପୁର, ଝାନ୍‌ସିର ରବି କୁମାର ପାଲ, କଟକ ଜିଲା ଚୌଦ୍ୱାରର ମହିମା ରାଉତ୍‌, ତୋଫାନ ବଢ଼େଇ, ବଡମ୍ବାର ସୋମନାଥ ବେହେରା, ରଣଜିତ ରାଉତ, ଜଗତପୁରର ସରୋଜ ଜେନା, ବରଗଡ ଜିଲା ଗାଇସିଲେଟ ଥାନା ମାହାରପାଲିର ନେହେରୁ ସାହୁ, ଅଇଁଲାଭଟାର ହରିଶ୍ଚନ୍ଦ୍ର ସାହୁ, ହଲଦୀପାଲି ଛକର କରତାର ସିଂ, ଡାଙ୍ଗର ସୁରେଶ ପାତ୍ରଙ୍କୁ ଗିରଫ କରାଯାଇଛି। ବଲାଙ୍ଗୀର ସହର ମାଲପଡାର କଫ୍‌ ସିରପ ମାଫିଆ ପ୍ରଶାନ୍ତ କ୍ଷେତୀ, ରୁଗୁଡିପଡାର ବାବୁଲୁ ଓରଫ ଶଙ୍କର୍ଷଣ ବଗର୍ତ୍ତି, ବରପାଲିପଡାର ରାଜକୁମାର ମେହେର, ରାକେଶ ପ୍ରଧାନ, ଠିକାଦାରପଡାର ରାଜେଶ ନାଏକ, ପ୍ୟାଲେସ ଲାଇନ୍‌ ଶିବୁ ଓରଫ୍‌ ସମୀର ପଣ୍ଡା, ରାଜ କୁମାର ରଣା, ପୁଇଁତଲା ଥାନା ତୁଲସୀପାଲିର ସତ୍ୟ ପ୍ରଧାନ, ଚିମିନିଭାଟିର ରାଜକିଶୋର ପ୍ରଧାନଙ୍କୁ ଗିରଫ କରାଯାଇଛି।

ସମ୍ମିଳିତ ପଦକ୍ଷେପ ନିଶାମୁକ୍ତ ବଲାଙ୍ଗୀର ଗଢ଼ିବ: ଏସ୍‌ପି

ବଲାଙ୍ଗୀର ପୋଲିସ ନିଶା କାରବାର ନେଟ୍‌ୱର୍କର ପର୍ଦ୍ଦାଫାଶ କରିବା ପ୍ରୟାସ ଆରମ୍ଭ କରିଛି। ମାତ୍ର ଜନସାଧାରଣ ଓ ସିଭିଲ ସୋସାଇଟିର ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ମିଳିତ ଭାବେ ପୋଲିସ, ଜିଲା ପ୍ରଶାସନ ଏବଂ ସିଭିଲ ସୋସାଇଟି କାର୍ଯ୍ୟ କଲେ ନିଶା ସେବନରୁ ଯୁବକ, ଯୁବତୀଙ୍କୁ କ୍ଷାନ୍ତ କରାଯାଇ ପାରିବ ବୋଲି ଏସ୍‌ପି ନୀତିନ କୁଶଲକର କହିଛନ୍ତି। ଆଗକୁ ମଧ୍ୟ ଆଣ୍ଟିଡ୍ରଗ୍ସ ଅପରେଶନ ଜାରି ରହିବ। ଜିଲା ପ୍ରଶାସନ ପକ୍ଷରୁ ନିଶାଗ୍ରସ୍ତ ଯୁବକଙ୍କ ନିଶାମୁକ୍ତି ପାଇଁ ଡିଆଡିକ୍ଟ ସେଣ୍ଟର ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବ। ଖୁବ୍‌ଶୀଘ୍ର ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ନିଶାଗ୍ରସ୍ତ ଯୁବକ ଏବଂ ବ୍ୟକ୍ତିଙ୍କୁ ସ୍ବାଭାବିକ କରିବା ପାଇଁ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ା ଭବିଷ୍ୟତରେ ଯେଭଳି ବଲାଙ୍ଗୀରରେ ଆଉ ନିଶା ବେପାର ଚାଲିବ ନାହିଁ ସେ ଦିଗରେ ମଧ୍ୟ ଯୋଜନା କରାଯିବ ବୋଲି କହିଛନ୍ତି। ତେବେ ଏଦିଗରେ ସିଭିଲ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନିର୍ବାହ କରିବା ଦିଗରେ ଅଭିଭାବକ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ଏବ ଜନସାଧାରଣଙ୍କୁ ସହୃଦୟତାର ସହ କାର୍ଯ୍ୟ କରିିବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri