Posted inଫୁରସତ

ଯୁବଶକ୍ତି ଦେଶ ପ୍ରଗତିର ଉତ୍ସ

ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗଙ୍କର ଆଗକୁ ବଢ଼ିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥାଏ। ୨୦୦୦ ମସିହାରେ ଜାତିସଂଘ ପକ୍ଷରୁ ଯୁବ ଶିକ୍ଷା, ଗୋଷ୍ଠୀ ଉନ୍ନୟନ, ପରିବେଶୀୟ ଗ୍ରୁପ୍‌ ଗଠନ, ବିଭିନ୍ନ ସାମାଜିକ ପ୍ରକଳ୍ପରେ ସ୍ବେଚ୍ଛାସେବୀ ଭାବରେ ଯୁବବର୍ଗଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ଆରମ୍ଭ ହୋଇଥିଲା।
ମହାମାରୀ ପରେ ଏବେ ପୃଥିବୀର ଅର୍ଥ ବ୍ୟବସ୍ଥା ସୁଧୁରିବା ଆରମ୍ଭ କରିଛି। ଏପରିସ୍ଥଳେ ଯୁବବର୍ଗଙ୍କ କାନ୍ଧରେ ବଡ଼ ଦାୟିତ୍ୱ ପଡ଼ିଛି। ତେବେ ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ରହିଥିବା ବାଧା ସମ୍ପର୍କରେ ଜାତିସଂଘ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ୬ରୁ ୧୩ ବର୍ଷ ବୟସର ୫୦ ପ୍ରତିଶତ ପିଲାଙ୍କ ମଧ୍ୟରେ ସେମାନଙ୍କ କଥିତ ଭାଷା କିମ୍ବା ଅନ୍ୟ କୌଣସି ଭାଷା ପଢ଼ିବା ସମସ୍ୟା ବଢ଼ିବାରେ ଲାଗିଛି। ପୃଥିବୀର ବହୁ ପିଲାଙ୍କ ମଧ୍ୟରେ ଗଣିତ ଜ୍ଞାନର ଅଭାବ ଏବଂ ପିଲାଦିନର ଦାରିଦ୍ର୍ୟ ଯୋଗୁ ଦକ୍ଷତା ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଥିବା ଯୁବବର୍ଗ କେତେକ ସମୟରେ ଏସବୁକୁ ସ୍ବୀକାର ନ କରି ପଳାୟନପନ୍ଥୀ ହୋଇଥାନ୍ତି। ମାତ୍ର ଅନ୍ତର୍ଜାତୀୟ ଯୁବ ଦିବସ ଯୁବବର୍ଗଙ୍କୁ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକୁ ଗ୍ରହଣ କରି ଏହାର ସଫଳ ସମାଧାନର ପଥ ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥାଏ।
ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ବତନ୍ତ୍ର ବାର୍ତ୍ତା ଜାରି କରାଯାଇଥାଏ। ଚଳିତ ବର୍ଷ ୨୦୨୩ ପାଇଁ ଏହି ଦିବସ ଲାଗି ବାର୍ତ୍ତା ରହିଛି, ଗ୍ରୀନ ସ୍କିଲ ଫର ୟୁଥ୍‌: ଟୁଓ୍ବାର୍ଡସ ଏ ସସ୍‌ଷ୍ଟେନବ୍‌ଲ ଓ୍ବାଲର୍‌ଡ(ଯୁବକମାନଙ୍କ ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘ ସ୍ଥାୟୀ ବିଶ୍ୱ ଆଡକୁ ପାଦେ)।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri