Posted inଫୁରସତ

ଯୁବଶକ୍ତି ଦେଶ ପ୍ରଗତିର ଉତ୍ସ

ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗଙ୍କର ଆଗକୁ ବଢ଼ିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥାଏ। ୨୦୦୦ ମସିହାରେ ଜାତିସଂଘ ପକ୍ଷରୁ ଯୁବ ଶିକ୍ଷା, ଗୋଷ୍ଠୀ ଉନ୍ନୟନ, ପରିବେଶୀୟ ଗ୍ରୁପ୍‌ ଗଠନ, ବିଭିନ୍ନ ସାମାଜିକ ପ୍ରକଳ୍ପରେ ସ୍ବେଚ୍ଛାସେବୀ ଭାବରେ ଯୁବବର୍ଗଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ ଆରମ୍ଭ ହୋଇଥିଲା।
ମହାମାରୀ ପରେ ଏବେ ପୃଥିବୀର ଅର୍ଥ ବ୍ୟବସ୍ଥା ସୁଧୁରିବା ଆରମ୍ଭ କରିଛି। ଏପରିସ୍ଥଳେ ଯୁବବର୍ଗଙ୍କ କାନ୍ଧରେ ବଡ଼ ଦାୟିତ୍ୱ ପଡ଼ିଛି। ତେବେ ସେମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ରହିଥିବା ବାଧା ସମ୍ପର୍କରେ ଜାତିସଂଘ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ୬ରୁ ୧୩ ବର୍ଷ ବୟସର ୫୦ ପ୍ରତିଶତ ପିଲାଙ୍କ ମଧ୍ୟରେ ସେମାନଙ୍କ କଥିତ ଭାଷା କିମ୍ବା ଅନ୍ୟ କୌଣସି ଭାଷା ପଢ଼ିବା ସମସ୍ୟା ବଢ଼ିବାରେ ଲାଗିଛି। ପୃଥିବୀର ବହୁ ପିଲାଙ୍କ ମଧ୍ୟରେ ଗଣିତ ଜ୍ଞାନର ଅଭାବ ଏବଂ ପିଲାଦିନର ଦାରିଦ୍ର୍ୟ ଯୋଗୁ ଦକ୍ଷତା ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଥିବା ଯୁବବର୍ଗ କେତେକ ସମୟରେ ଏସବୁକୁ ସ୍ବୀକାର ନ କରି ପଳାୟନପନ୍ଥୀ ହୋଇଥାନ୍ତି। ମାତ୍ର ଅନ୍ତର୍ଜାତୀୟ ଯୁବ ଦିବସ ଯୁବବର୍ଗଙ୍କୁ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡ଼ିକୁ ଗ୍ରହଣ କରି ଏହାର ସଫଳ ସମାଧାନର ପଥ ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥାଏ।
ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ବତନ୍ତ୍ର ବାର୍ତ୍ତା ଜାରି କରାଯାଇଥାଏ। ଚଳିତ ବର୍ଷ ୨୦୨୩ ପାଇଁ ଏହି ଦିବସ ଲାଗି ବାର୍ତ୍ତା ରହିଛି, ଗ୍ରୀନ ସ୍କିଲ ଫର ୟୁଥ୍‌: ଟୁଓ୍ବାର୍ଡସ ଏ ସସ୍‌ଷ୍ଟେନବ୍‌ଲ ଓ୍ବାଲର୍‌ଡ(ଯୁବକମାନଙ୍କ ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘ ସ୍ଥାୟୀ ବିଶ୍ୱ ଆଡକୁ ପାଦେ)।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

କ୍ୟାନସର ହସପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ: ସାଂସଦ ପ୍ରଦୀପ ପୁରୋହିତ

ବରଗଡ,୧୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଦୃଷ୍ଟିରୁ ବରଗଡ଼ କ୍ୟାନସର ହସପିଟାଲକୁ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି। ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri