ଢେଙ୍କାନାଳ,୫।୩(ରତନ ନାୟର): ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଫରଚ୍ୟୁନର ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁବାର ଛେଣ୍ଡିପଦା ବିଧାୟକ ନିଜ ଗାଡ଼ିରେ ଛେଣ୍ଡିପଦାରୁ ଢେଙ୍କାନାଳ ଦେଇ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତାରେ ଏହି ଦୁର୍ଘଟଣା ହୋଇଛି ।
ସୂଚନା ଅନୁସାରେ, ଢ଼େଙ୍କାନାଳ ସହର କଣ୍ଟାନାଳୀ ଛକ ସ୍ଥିତ ୫୫ ନମ୍ବର ଜାତୀୟ ରାଜପଥରେ ବିଧାୟକଙ୍କ ଗାଡିଟି ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ସନ୍ତୋଷଙ୍କ ବାମ ଗୋଡ଼ରେ ଗୁରୁତର କ୍ଷତ ହେଇଥିଲା । ବିଧାୟକ ନିଜେ ଆହତଙ୍କୁ ଆଣି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ । ତେବେ ଗାଡି ଧକ୍କାରେ ଆହତ ସନ୍ତୋଷଙ୍କ ବାମ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କ ଘର ସହରସ୍ଥିତ ଦକ୍ଷିଣକାଳି ରୋଡ୍ ଅଂଚଳରେ ବୋଲି ଜଣାପଡିଛି ।