ଏଟିଏମ୍‌ରୁ ଟଙ୍କା ଉଠାଇ ଫେରୁଥିଲେ, ପିଛା କରି ଅଟକାଇଲେ ୩ ଯୁବକ; ରକ୍ତାକ୍ତ କରି…

ଧର୍ମଶାଳା,୪।୧୦(ଶିବ ପ୍ରସାଦ ମହାନ୍ତି): ରାତିରେ ଲୁଟେରା ଆତଙ୍କ। ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ନିକଟରେ ଶନିବାର ରାତିରେ ଜଣେ ଯୁବକଙ୍କୁ ତିନି ଜଣ ଲୁଟେରା ମାରଣାସ୍ତ୍ରରେ ଆକ୍ରମଣ କରି  ଟଙ୍କା ଛଡାଇ ନେଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳକୁ ଯାଇ ତନାଘନା କରୁଛି।
ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ହେଲା କଟକ ସାଲେପୁର ଅଞ୍ଚଳର ମାନସ ଓଝା ଧର୍ମଶାଳା ଥାନା ଥାନୁଆଲ ଅଞ୍ଚଳରେ ନିଜ ବନ୍ଧୁଘରକୁ ବୁଲିବା ପାଇଁ ଆସିଥିଲେ। ଶନିବାର ରାତିରେ lt କୌଣସି କାର୍ଯ୍ୟରେ ଜାରକା ବଜାର ଆସି ଏଟିଏମ୍‌ରୁ ଟଙ୍କା ଉଠାଇ ଏକ ବୁଲେଟରେ ଫେରୁଥିଲେ। ରାତି ପ୍ରାୟ ୯ଟା ସମୟରେ ନାକପୋଲ ଲକ ଛକ ନିକଟରୁ ଏକ ଆପାଚେ ବାଇକ ଯୋଗେ ତିନି ଜଣ ଯୁବକ ତାଙ୍କୁ ପିଛା କରି କାନପୁର ନିକଟରେ ତାଙ୍କୁ ଅଟକାଇ ଥିଲେ। ପରେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ବୁଲେଟ ବାଇକଟିକୁ ଛଡ଼ାଇ ନେବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଶେଷରେ ୧୫ହଜାର ଟଙ୍କା ଛଡ଼ାଇ ନେବାରେ ସଫଳ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣା ସ୍ଥଳକୁ ଯାଇ ତନାଘନା କରୁଛି।

Share
Tags: jajpurodisha