ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ ଯୁବକଙ୍କ ଅକାଳ ବିୟୋଗ ହୋଇଛି । ମୃତକ ହେଲେ ମାଣ୍ଡୋସିଲ ଗ୍ରାମର ଗିରିଶ ଚନ୍ଦ୍ର ରଣା (୪୫) ।
ସୂଚନା ଅନୁସାରେ ଗିରୀଶ ଚନ୍ଦ୍ର ରଣା (୪୫) ମଙ୍ଗଳବାର ସକାଳ ଭୋର ୫ଟାରେ ପାଇଖାନାକୁ ଯାଇଥିଲେ । ସେଠାରେ ପାଇଖାନାର କାନ୍ଥ ଭୁଶୁଡି ପଡିବାରୁ ସେ ଚାପି ହୋଇଯାଇଥିଲେ । ସେ ଆସିବାର ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ତାଙ୍କୁ ପାଇବା ବେଳକୁ ପାଇଖାନା କାନ୍ଥ ଭୁଶୁଡି ପଡି ଗିରିଶ ଚାପି ହୋଇଥିବା ଦେଖିବାକୁ ପାଇଥିଲେ । ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ନୂଆପଡ଼ା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତବେ ତାଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ ତାଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।