କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କରପା ପଞ୍ଚାୟତ ପେଟିଲିଗୁଡା ଶ୍ରୀରାମ ନଗରର ସଦା ଝଡିଆ।
ସୂଚନା ଅନୁସାରେ, ବିଧବାର ଦିନ ଦୁଇପହରେ ସଦା ଝଡିଆ ତିନିଜଣ ପିଲାଙ୍କ ସହିତ ସାହି ପାର୍ଶ୍ୱରେ ଥିବା ନାଗାବଳି ନଦୀକୁ ସ୍ନାନ ପାଇଁ ଯାଇଥିଲେ । ସ୍ନାନ ସମୟରେ ସେ ହଠାତ୍ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସେଙ୍କୁ ନପାଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଥିଲେ।
ଘଟଣା ସମ୍ପର୍କରେ ଥାନା ଅଧିକାରୀ କଳ୍ପନା ବେହେରାଙ୍କୁ ଖବର ଦିଆଯାଇଥିବା ପରେ ସେ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିଥିଲେ । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ।