ନୀଳଗିରି,୨୧ା୧୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଜଣେ ଘରମାଲିକଙ୍କ ଅମାନବୀୟ କାର୍ଯ୍ୟ ଯୋଗୁ ଜଣେ ଯୁବକଙ୍କ ଜୀବନ ଯାଇଛି। ଫୁଲଗଛରେ ଘରମାଲିକ କରେଣ୍ଟ ଲଗାଇଥିଲେ। ଯୁବକ ଜଣକ ଫୁଲ ତୋଳିବାକୁ ଆସି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ନୀଳଗିରି ଏନ୍ଏସି ୫ ନମ୍ବର ଓ୍ବାର୍ଡ ଅଧୀନ ସାନଅତା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାଡ଼ିରେ ଫୁଲ ଚୋରି ରୋକିବା ପାଇଁ ଗଛରେ ଲୁହା ତାର ଘେରାଉ କରି ବିଦ୍ୟୁତ୍ କରେଣ୍ଟ ଦେଇଥିଲେ। ହେଲେ ଜଣେ ଯୁବକ ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ମୃତ୍ୟୁବରଣ କରିଛନ୍ତି। ନୀଳଗିରି ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।


