ମୋହନା,୩୧।୧(ମନ୍ମଥ ମିଶ୍ର): ଗଜପତି ଜିଲା ଚାନ୍ଦିପୁଟ ଥାନା ଯୋଡ଼ାପଦର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷେ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ୧୭ ଏ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ରାସ୍ତାରୋକୋ କରିଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ହେଲେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ନିଜ ଜିଦ୍ରେ ଅଟଳ ରହିଛନ୍ତି।


