ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ

ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କ୍ୟାଣ୍ଟିନରେ ବଡ଼ ଧରଣର ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡ଼ିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାରଙ୍କ ଠାରୁ କ୍ୟାଣ୍ଟିନ ନେଇ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କର ବି ଦେଖାନାହିଁ। ସେପଟେ ଜ୍ବଳ ପୋଡ଼ାରେ ଯୁବକଙ୍କୁ ଇନ୍‌ଫେକ୍ସନ ବଢ଼ି ଚାଲିଥିବାବେଳେ ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପରିବାର ଲୋକେ। ପୀଡ଼ିତ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମୁସ୍କୁଟା ଗ୍ରାମର ଅସ୍ତ ମୁଦୁଲିଙ୍କର ପୁଅ ପୁରନ୍ଦର ମୁଦୁଲି। ପୁରନ୍ଦର ଦୀର୍ଘ ୭ ବର୍ଷ ଧରି ଉକ୍ତ କମ୍ପାନୀରେ କାମକରି ପରିବାର ପୋଷଣ କରିଆସୁଥିଲେ। ବୁଧବାର ସନ୍ଧ୍ୟାରେ ଉତ୍କଳ ଆଲୁମିନା ଟାଉନ ଶିପ୍‌ର ଉକ୍ତ କ୍ୟାଣ୍ଟିନରେ ସେ ରୋଷେଇ କରୁଥିବା ବେଳେ ହଠାତ୍‌ କୌଣସି କାରଣରୁ ତାଙ୍କ ଅଣ୍ଟାଠାରୁ ମୁହଁ ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା। ସୌଭାଗ୍ୟର ଘଟଣା ସେ ସମୟରେ ତାଙ୍କ ପାଖରେ ଥିବା କିଛି ସାଥି ତୁରନ୍ତ ସେ ପିନ୍ଧିଥିବା ସାର୍ଟକୁ ଚିରି ଦେହରୁ ଅଲଗା କରିଦେଇଥିଲେ। ତଥାପି ଶରୀରର ୫୦% ପ୍ରତିଶତ ପୋଡ଼ିଯାଇଛି। ଘଟଣା ପରେ ତୁରନ୍ତ ସେଠାରେ କାର୍ଯ୍ୟରତ ଅନ୍ୟ କିଛି ସାଥି ତାଙ୍କୁ ନିକଟରେ ଥିବା ନୂଆପଡ଼ା ମେଡ଼ିକାଲରେ ଭର୍ତ୍ତି କରିଦେଇଥିଲେ। ଖବର ପାଇ କଳାହାଣ୍ଡିରୁ ପରିବାର ସଦସ୍ୟ ପହଞ୍ଚି ପୁଅଙ୍କର ସେବା କରୁଥିବାବେଳେ କ୍ୟାଣ୍ଟିନ ପରିଚାଳନା ଠିକାଦାର କିମ୍ବା ଠିକାଦାର ନାଁରେ ପରିଚାଳନା କରୁଥିବା ଉତ୍କଳ ଆଲୁମିନାର ଜଣେ ବରିଷ୍ଠ ଏ ପର୍ଯ୍ୟନ୍ତ ପୀଡ଼ିତ ଯୁବକଙ୍କୁ ଭେଟିବାକୁ ଯାଇନାହାନ୍ତି । କର୍ମଚାରୀଙ୍କ (ସୁରକ୍ଷା) ସେଫ୍ଟି ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରିଥିବାରୁ ଏଭଳି ଅଘଟଣ ହେଇଥିବା ଅଭିଯୋଗ ଆସୁଥିବାବେଳେ ଘଟଣାକୁ ୩ ଦିନ ବିତିଯାଇଥିବା ରୁ ଜଳି ଯାଇଥିବା ଅଂଶ ଇନ୍‌ଫେକ୍ସନ ହେବାରେ ଲାଗିଛି। ଏଣୁ ପୁଅର ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ପିତା ଅସ୍ତ ମୁଦୁଲି ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଅବହେଳା କରିଚାଲିଛନ୍ତ। କମ୍ପାନୀ ଉକ୍ତ ପୀଡିତ ଯୁବକଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri