ପ୍ରେମ ସମ୍ପର୍କକୁ ନେଇ ଗାଁରେ ଗୁଳିମାଡ଼ କଲେ ପ୍ରେମିକ, ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ…

ମୋହନା୫ା୧( ମନ୍ମଥ ମିଶ୍ର ): ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଢେପାସାହି ଗାଁରେ। ଗାଁରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଥିବା ବେଳ ଆଜି ଗାଁରେ ଏକ ବୈଠକ ଆୟୋଜନ କରଯାଇଥିଲା। ଗାଁର ସନ୍ତୋଷ ପ୍ରଧାନ(ଲାଜର) ନାମକ ଯୁବକ ଏକ ତରଫା ପ୍ରେମ କରି ସେହି ଗ୍ରାମର ଏକ ଝିଅକୁ ଜୋର୍ ଜବରଦସ୍ତି କିଛି ଦିନ ତଳେ ଉଠାଇ ନେଇଥିଲେ । ପରିବାର ଲୋକେ ଖୋଜା ଖୋଜି କରି ଆଣି ଝିଅକୁ ଅନ୍ୟତ୍ର ବିବାହ କରାଇଥିଲେ ।

ହେଲେ କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁକୁ ଆସିଥିଲା ତାହାର ଫାଇଦା ନେବାକୁ ପୁଣି ଚେଷ୍ଟା କରିଥିଲା ଲାଜର। ଲାଜର ପୁଣି ଝିଅକୁ ଜୋର୍ ଜବରଦସ୍ତି ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା । ପୁଣି ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁ ରେ ଏକ ବୈଠକ କରାଯାଇଥିଲା। ହେଲେ ସେହି ସମୟରେ ସନ୍ତୋଷ ପ୍ରଧାନ ବନ୍ଧୁକରେ ଗୁଳି କାଣ୍ଡ ଘଟାଇଥିଲା। ଯାହା ଫଳରେ ଅନିଲ କୁମାର କରାଡ ନାମକ ଯୁବକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତେବେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସା ପରେ ଗୋଡ଼ରେ ଗୁଳି ରହିଥିବା ହେତୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆପରପକ୍ଷେ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଲାଜରକୁ ଗାଁ ପାଖ ଜଙ୍ଗଲରୁ କାବୁକରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।