ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା ଥାନା ଭିତରେ ଘଟିଛି ଏଭଳି ଘଟଣା।
ଖବର ଅନୁସାରେ, ଏକ ମାମଲାରେ ଭଦ୍ର ଲୋକ ସାଜି କପ୍ତିପଦା ଥାନାକୁ ଆସିଥିଲେ ବାଲେଶ୍ୱର ଜିଲା ଧରମପୁର ଅଞ୍ଚଳର ଯୁବକ ଦୀପକ ସିଂ। ଥାନା ଭିତରେ ବସିଥିବା ବେଳେ ଅଚାନକ ସେ କପ୍ତିପଦା ଥାନା ଅଧିକାରିଣୀଙ୍କ ସମେତ ସବଇନ୍ସପେକ୍ଟର ଏବଂ ଅନ୍ୟ ମହିଳା ଅଧିକାରୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ଥାନାରେ ହଙ୍ଗାମା କରିଥିଲେ।
ଏପରିକି ଥାନା ଭିତରେ ପୋଲିସ କର୍ମଚାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ କପ୍ତିପଦା ଥାନାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିବା ସହିତ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।