ଅମିତ ଶାହାଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର,୨୦ା୧୨(ସୁନୀଲ କୁମାର ମହାନ୍ତି): କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ଯିବାବେଳେ ଭାଜପା ଦଳର ଏମ୍‌ପିମାନେ ପ୍ରତିରୋଧ କରିବା ଅଭିଯୋଗ ନେଇ ଶୁକ୍ରବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରି ଭାଜପା ବିରୋଧରେ ନାରାବାଜି କରିଥିଲେ। ବିକ୍ଷୋଭ ପରେ ଶାହାଙ୍କ କୁଶପୁତ୍ତଳିକା ଦାହ କରଯାଇଥିଲା। ଯୁବ କଂଗ୍ରେସର ରାଷ୍ଟ୍ର୍ରୀୟ ପ୍ରବକ୍ତା ଅଙ୍କିତ ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ବୁଲୁ ଦାନି, ଅଜୟ ବାଲି, କୈଳାସ ମିଶ୍ର, ସନ୍ତକ ବହିଦାର, କିଶୋର ସିଂ ନିନା, ଅଶୋକ ନନ୍ଦ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ।

Share