ସୂଚନାନୁଯାୟୀ, ରାତ୍ର ୭ଟା ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପୁର ବାଳକୃଷ୍ଣପୁର ଅତିକ୍ରମ କରୁଥିବା ବେଳେ ଟ୍ରେନ ଆଗକୁ ଆସି ଯୁବକ ଜଣକ ଡେଇଁ ପଡ଼ିଥିଲେ। ଘଟଣା ଘଟିବା ପରେ ଦୀର୍ଘ ୪୦ ମିନିଟ ଧରି ଛତ୍ରପୁର ବଡ଼ ଷ୍ଟେଶନ ନିକଟରେ ଏକ୍ସପ୍ରେସ ଅଟକି ରହିଥିଲା। ଯାହା ଫଳରେ ଦୀର୍ଘ ସମୟ ଧରି ରେଳ ଫାଟକ ପଡି ରହିଥିଲା। ଫାଟକ ବନ୍ଦ ରହିଥିବାରୁ ଦୁଇ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିଲା। ୪୦ ମିନଟ ପରେ ଟ୍ରେନ ଛାଡିଥିଲା। ଅପରପକ୍ଷେ ଖବର ଲେଖା ଯିବା ସୁଦ୍ଧା ରେଳ ଧାରଣାରେ ମୃତଦେହ ପଡ଼ି ରହିଥିବା ଦେଖାଯାଇଛି।