ବନ୍ଧା ହେଲେ ଗାଁରେ ଆତଙ୍କ ଖେଳାଉଥିବା ଯୁବକ

ନୂଆପଡ଼ା,୧୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଗୋବରା ଗାଁର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ଗ୍ରାମବାସୀ ତାଟିକବାଟ ବନ୍ଦ କରି ରହୁଥିଲେ। ଏ ନେଇ ପୋଲିସରେ ଅଭିଯୋଗ ପରେ ମଧ୍ୟ ସୁଫଳ ନ ପାଇବାରୁ ଗ୍ରାମର ଶତାଧିକ ମହିଳାପୁରୁଷ ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଗୁରୁବାର ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଜିଲାପାଳ ମଧୁସୂଦନ ଦାସ ଧାରଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ଗାଁ ଲୋକେ ଆତଙ୍କ ଖେଳାଉଥିବା ରାଜେନ୍ଦ୍ର ରାଉତ(୩୮)ଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ ଧରି ବସିଥିଲେ।

ପରେ ଜିଲାପାଳ ନୂଆପଡା ଥାନା ଅଧିକାରୀ ଗଙ୍ଗାଧର ମେମେରଙ୍କୁ ଘଟଣାସ୍ଥଳକୁ ଡକାଇ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନୂଆପଡା ଥାନା ପୋଲିସ ଟିମ୍‌ ଗୋବରା ଗାଁକୁ ଯାଇ ରାଜେନ୍ଦ୍ରଙ୍କୁ ଗିରଫ କରି ଆଣିବା ପରେ ଅପରାହ୍ନ ୨ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଜେନ୍ଦ୍ର ଅଧିକାଂଶ ସମୟରେ ନିଶା ସେବନ କରି ରାସ୍ତାଘାଟ ବା ଘରକୁ ପଶି ବିନା କାରଣରେ ଲୋକଙ୍କୁ ମାଡ଼ ମାରିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ।

କେହି ମୁହଁ ଖୋଲି କିଛି କହିଲେ ତାଙ୍କୁ ମଧ୍ୟ ମାଡ ମାରୁଥିଲେ। ହାତରେ ସବୁବେଳେ ଛୁରି, ଟାଙ୍ଗିଆ, ଖଣ୍ଡା, ଠେଙ୍ଗା ଆଦି ଧରି ଗାଁ ଦାଣ୍ଡରେ ବୁଲନ୍ତି। ଟାଙ୍ଗିଆ ଆକ୍ରମଣରେ ଗାଁର ବୃଷଭ ମାଝି(୩୦), ଜାନକି ରାଉତ (୪୭), ଲୋଚନ ମାଝି (୪୮) ଆହତ ହୋଇଛନ୍ତି।

ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ବିନା ଦୋଷରେ ମାଡ ମାରିବାରୁ ପିଲାମାନେ ଭୟରେ ସ୍କୁଲ ଯାଉନାହାନ୍ତି। ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ଶିଶୁ, ପ୍ରସୂତି ମା’, ଗର୍ଭବତୀ, କିଶୋରୀମାନେ ଭୟରେ ଖାଦ୍ୟସାମଗ୍ରୀ ଆଣିବାକୁ ଯାଇପାରୁ ନାହାନ୍ତି। ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ଏ ନେଇ ଲଖନା ଥାନାରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ପଦକ୍ଷେପ ନିଆ ନ ଯିବାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗ୍ରାମର କରଣ ସିଂ ମାଝି, ନନ୍ଦୁ ରାଉତ, ଚନ୍ଦ୍ର ସିଂ ମାଝି, ବଳମତ ମାଝି, କୁମରମଣି ରାଉତ, ଡମ୍ବରୁଧର ରାଉତ, ଲକ୍ଷ୍ମୀ ମାଝି, ମୋତିଲାଲ ରାଉତ, ମାଳତି ମାଝି, ସାବିତ୍ରୀ ରାଉତ, ଗୋମତି ରାଉତ, ସୋହଦ୍ରା ରାଉତ, ବିଶାଖା ରାଉତ ପ୍ରମୁଖ ଧାରଣାରେ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri