ବନ୍ଧା ହେଲେ ଗାଁରେ ଆତଙ୍କ ଖେଳାଉଥିବା ଯୁବକ

ନୂଆପଡ଼ା,୧୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଗୋବରା ଗାଁର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ଗ୍ରାମବାସୀ ତାଟିକବାଟ ବନ୍ଦ କରି ରହୁଥିଲେ। ଏ ନେଇ ପୋଲିସରେ ଅଭିଯୋଗ ପରେ ମଧ୍ୟ ସୁଫଳ ନ ପାଇବାରୁ ଗ୍ରାମର ଶତାଧିକ ମହିଳାପୁରୁଷ ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଗୁରୁବାର ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଜିଲାପାଳ ମଧୁସୂଦନ ଦାସ ଧାରଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ଗାଁ ଲୋକେ ଆତଙ୍କ ଖେଳାଉଥିବା ରାଜେନ୍ଦ୍ର ରାଉତ(୩୮)ଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ ଧରି ବସିଥିଲେ।

ପରେ ଜିଲାପାଳ ନୂଆପଡା ଥାନା ଅଧିକାରୀ ଗଙ୍ଗାଧର ମେମେରଙ୍କୁ ଘଟଣାସ୍ଥଳକୁ ଡକାଇ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନୂଆପଡା ଥାନା ପୋଲିସ ଟିମ୍‌ ଗୋବରା ଗାଁକୁ ଯାଇ ରାଜେନ୍ଦ୍ରଙ୍କୁ ଗିରଫ କରି ଆଣିବା ପରେ ଅପରାହ୍ନ ୨ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଜେନ୍ଦ୍ର ଅଧିକାଂଶ ସମୟରେ ନିଶା ସେବନ କରି ରାସ୍ତାଘାଟ ବା ଘରକୁ ପଶି ବିନା କାରଣରେ ଲୋକଙ୍କୁ ମାଡ଼ ମାରିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ।

କେହି ମୁହଁ ଖୋଲି କିଛି କହିଲେ ତାଙ୍କୁ ମଧ୍ୟ ମାଡ ମାରୁଥିଲେ। ହାତରେ ସବୁବେଳେ ଛୁରି, ଟାଙ୍ଗିଆ, ଖଣ୍ଡା, ଠେଙ୍ଗା ଆଦି ଧରି ଗାଁ ଦାଣ୍ଡରେ ବୁଲନ୍ତି। ଟାଙ୍ଗିଆ ଆକ୍ରମଣରେ ଗାଁର ବୃଷଭ ମାଝି(୩୦), ଜାନକି ରାଉତ (୪୭), ଲୋଚନ ମାଝି (୪୮) ଆହତ ହୋଇଛନ୍ତି।

ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ବିନା ଦୋଷରେ ମାଡ ମାରିବାରୁ ପିଲାମାନେ ଭୟରେ ସ୍କୁଲ ଯାଉନାହାନ୍ତି। ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ଶିଶୁ, ପ୍ରସୂତି ମା’, ଗର୍ଭବତୀ, କିଶୋରୀମାନେ ଭୟରେ ଖାଦ୍ୟସାମଗ୍ରୀ ଆଣିବାକୁ ଯାଇପାରୁ ନାହାନ୍ତି। ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ଏ ନେଇ ଲଖନା ଥାନାରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ପଦକ୍ଷେପ ନିଆ ନ ଯିବାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।

ଗ୍ରାମର କରଣ ସିଂ ମାଝି, ନନ୍ଦୁ ରାଉତ, ଚନ୍ଦ୍ର ସିଂ ମାଝି, ବଳମତ ମାଝି, କୁମରମଣି ରାଉତ, ଡମ୍ବରୁଧର ରାଉତ, ଲକ୍ଷ୍ମୀ ମାଝି, ମୋତିଲାଲ ରାଉତ, ମାଳତି ମାଝି, ସାବିତ୍ରୀ ରାଉତ, ଗୋମତି ରାଉତ, ସୋହଦ୍ରା ରାଉତ, ବିଶାଖା ରାଉତ ପ୍ରମୁଖ ଧାରଣାରେ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri