ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ ବେହେରା। ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କରଡାଖମଣ ଗାଁରେ।

ସୂଚନା ମୁତାବକ ଦୁଇ ଭାଇଙ୍କ ମଧ୍ୟରେ ବିଭିନ୍ନ ସମୟରେ ମନ ମନାନ୍ତର ସହିତ ଝଗଡା ମଧ୍ୟ ଲାଗି ରହିଥିଲା। ଯାହାକୁ ନେଇ ପୂର୍ବରୁ ମଧ୍ୟ ଥରେ ଅଭିଯୁକ୍ତ ଦିପୁ ନିଜ ବଡ଼ ଭାଇକୁ ନିର୍ମମ ଭାବରେ ପିଟି ଫେରାର ହୋଇଯାଇଥିଲେ। କିନ୍ତୁ ଶନିବାରର ଝଗଡା ଅତ୍ୟନ୍ତ ଭୟଙ୍କର ହୋଇଥିଲା । ଫଳରେ ରବିବାର ବଡ଼ଭାଇ ଶୋଇଥିବା ସମୟରେ ସାନଭାଇ ଦିପୁ ତାଙ୍କୁ ମାରଣାନ୍ତାକ ଆକ୍ରମଣ କରିଥିଲେ। ବଡ଼ ଭାଇ ଉଠି ପଡ଼ିବା ପରେ ଦୁଇଜଣଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ସେଥିରେ ଉତକ୍ଷିପ୍ତ ହୋଇ ବଡ଼ ଭାଇ ଏକ ଟାଙ୍ଗିଆ ଆଣି ସାନଭାଇକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ସେହି ସମୟରେ ମଝିଆ ଭାଇ ଆସି ଦୁଇ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରି ଟାଙ୍ଗିଆ ଛଡାଇ ନେଇଥିଲେ । କିନ୍ତୁ ସେହି ସମୟରେ ସାନଭାଇ ଅଣ୍ଟାରେ ଧରିଥିବା ଏକ କଟୁରୀରେ ତାଙ୍କ ବଡ ଭାଇର ବେକକୁ ଆକ୍ରମଣ କରିବା ପରେ ଘଟଣା ସ୍ଥଳରେ ହିଁ ଲିପୁର ମୃତୁ ହୋଇଯାଇଥିଲା। ଏ ନେଇ ମଝିଆ ଭାଇ ସିପୁ ବେହେରା ଖମାର ଥାନା ରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Share