ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ ଶିଶୁ ବାଟିକା ଚାକିରି ପାଇଁ କୋର୍ସ କରି ମଧ୍ୟ ଚାକିରି ନ ହେବାରୁ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡ଼ିଛି ।
ଯୁବତୀଜଣଙ୍କ ହେଲେ ଭଦ୍ରକ ଜିଲା ତିହିଡି  ଶ୍ୟାମସୁନ୍ଦରପୁର ଅଞ୍ଚଳର ଯୁବତୀ ବିଜୟା ଲକ୍ଷ୍ମୀ ଦାସ l  ଯୁବତୀଙ୍କ କହିବା ଅନୁଯାୟୀ ସେ ଡିପ୍ଲୋମା ଇନ୍‌ ଆର୍ଲି ଚାଇଲ୍ଡ କେୟାର ଏଜୁକେଶନ ପାଠ୍ୟକ୍ରମ କରିଥିଲେ । ତେବେ ଏହି କୋର୍ସରେ ଶିଶୁ ବାଟିକା ଗୁଡ଼ିକରେ ସତନ୍ତ୍ର ଅବସ୍ଥାପିତ ପାଇଁ କୌଣସି ବ୍ୟବସ୍ଥା ନ ଥିବା ନେଇ ସୂଚନା ପାଇଥିଲେ ଯୁବତୀ ।
ତେବେ ପୂର୍ବରୁ ଏହି ଦାବିରେ ସେ ସଂଘ ସହ ବହୁଥର ଭୁବନେଶ୍ୱରରେ ଧାରଣାରେ ବସିଥିଲେ। ତେବେ ସେ ଭଦ୍ରକ ଜିଲାପାଳଙ୍କୁ ଭେଟିବା ପାଇଁ ଆସିଥିଲେ । କିନ୍ତୁ ଜିଲାପାଳ କାର୍ଯ୍ୟଳୟରେ ନ ଥିବା ବେଳେ ଯୁବତୀ ଜଣଙ୍କ ନିଜ ଡ୍ରେସରେ ନିଆଁ ଲଗାଇ ଦେଇଥିଲେ । ତେବେ ସଙ୍ଗେ ସଙ୍ଗେ ତାକୁ ୧୦୮ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଜିଲାପାଳଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
Dharitri – Odisha’s No.1 Odia Daily

Share