ଭଡ଼ା ଘରୁ ଗୁରୁତର ଅବସ୍ଥାରେ ଥିବା ଯୁବତୀ ଉଦ୍ଧାର, ମେଡିକାଲରେ ଭର୍ତ୍ତି

ବଲାଙ୍ଗୀର,୨୫।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରୁଗୁଡିପଡାର ଏକ ଭଡା ଘରେ ରହୁଥିବା ଜଣେ ଯୁବତୀଙ୍କୁ ଶନିବାର ରାତିରେ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ସେହି ଭଡ଼ା ଘରେ ଦୁଇ ଭଉଣୀ ରହୁଥିଲେ । ଜଣେ ଘରେ ନ ଥିବା ବେଳେ ଅନ୍ୟ ଭଉଣୀ ଜଣକ ଘର ଭିତରୁ କବାଟ ଦେଇ ଘରେ ରହିଥିଲେ । ବଡ ଭଉଣୀ ଜଣକ ଘରକୁ ଆସି କବାଟ ଖୋଲିବାକୁ ଡାକିବାରୁ ଭଉଣୀ ଜଣକ ନ ଶୁଣିବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ। ଏପରିକି ଫୋନ୍ କଲ କଲେ ମଧ୍ୟ ଯୁବତୀ ଜଣକ ଫୋନ୍ ଉଠାଇ ନ ଥିଲେ । ଏହାପରେ ପଡ଼ୋଶୀ ଲୋକେ ମଧ୍ୟ କବାଟ ଖୋଲିବାକୁ କହିଥିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ ।  ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ବାଡେଇ ଖୋଲିବାକୁ ଡାକି ଥିଲେ । ଝିଅ କବାଟ ନ ଖୋଲିବାରୁ ପୋଲିସ ଅଗ୍ନିଶମ କୁ ଡାକିଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଆସି କବାଟ ଭାଙ୍ଗି ଝିଅକୁ ଉଦ୍ଧାର କରିଥିଲେ। ବଲାଙ୍ଗିର ଟାଉନ୍ ପୋଲିସ ଗୁରୁତର ଅବସ୍ଥାରେ ଝିଅକୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଟାଉନ୍ ଥାନା ଆଇ ଆଇ ସି ଅବନୀ କୁମାର ସାହୁ ଘଟଣା କୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି। ଅନ୍ୟପଟେ ସେଠାରେ ଘଟଣା ସମ୍ପର୍କ ଜାଣିବା ପାଇଁ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

Share