ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ ସୋମବାର ନିଖୋଜ ଯୁବତୀଙ୍କ ପରିବାର ପକ୍ଷରୁ ଏକ ଏତଲା ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ନିଖୋଜ ଯୁବତୀ ଜଣଙ୍କ ହେଲେ ଓଡ଼ିଶାର ବଲାଙ୍ଗିର ଜିଲା ତୁରେଇକେଲା ଥାନା ଅନ୍ତର୍ଗତ ମାନ୍ଦଳା ଗ୍ରାମର ସ୍ବର୍ଗତ ସତ୍ୟ ସାହୁ ଓ ସତ୍ୟଭାମା ସାହୁଙ୍କ ୨୦ବର୍ଷିୟ ଝିଅ କସ୍ତୁରୀ । ଏ ନେଇ କସ୍ତୁରୀର ବଡ ଭାଇ ଉପେନ୍ଦ୍ର ସାହୁ ଆଜି ରାୟଗଡା ସରକାରୀ ରେଳବାଇ ପୋଲିସ (ଜିଆରପି) ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ,ଗତ ଜାନୁଆରୀ ମାସ ୧୧/୧୨ତାରିଖ ରାତ୍ରରେ ତାଙ୍କ ମା’ ସତ୍ୟଭାମା,ଭଉଣୀ କସ୍ତୁରୀ ଓ ଭାଇ ଲିଙ୍ଗରାଜ ତିନିଜଣ ଆନ୍ଧ୍ର ପ୍ରଦେଶର ଗୁଂଟୁର ରେଳ ଷ୍ଟେଶନରୁ ଧାନବାଦ -ଆଲେପି ଏକ୍ସପ୍ରେସ ଟ୍ରେନରେ ଟିଟିଲାଗଡ ଅଭିମୁଖେ ଯାତ୍ରା କରୁଥିଲେ। ଟ୍ରେନଟି ଯେତେବେଳେ ରାୟଗଡା ରେଳ ଷ୍ଟେଶନରେ ପଂହଚିଥିଲା। ତାଙ୍କ ଭଉଣୀ ଉକ୍ତ ବଗିରେ ନ ଥିବା ମା ସତ୍ୟଭାମା ଦେଖିବାକୁ ପାଇ ଟ୍ରେନର ସମସ୍ତ ବଗିରେ ଏବଂ ଷ୍ଟେଶନରେ ମଧ୍ୟ ଖୋଜାଖୋଜି କରିଥିଲେ । କିନ୍ତୁ ଭଉଣୀର କୌଣସି ପତା ମିଳି ନ ଥିଲା । ଉକ୍ତ ଦିନ କସୁରୀ ସବୁଜ ରଙ୍ଗର ଶାଲୱାର ସୁଟ ପିନ୍ଧିଥିବା ବେଳେ ତାଙ୍କ ଉଚ୍ଚତା ପ୍ରାୟ ୫ଫୁଟ ,ମଧ୍ୟମ ଶରୀର ସହ ତାଙ୍କ ରଙ୍ଗ କଳା ହୋଇଥିବା ଦର୍ଶାଇଛନ୍ତି । ଦୀର୍ଘ ୨୯ଦିନର ଖୋଜାଖୋଜି ପରେ ମଧ୍ୟ କସ୍ତୁରୀର କୈାଣସି ଖୋଜଖବର ନ ମିଳିବାରୁ ଆଜି ରାୟଗଡା ଜିଆରପି ଥାନାରେ ଏ ନେଇ ଭଉଣୀ ନିଖୋଜ ହୋଇଥିବା ନେଇ ଏତଲା ଦାୟର କଲୁ ବୋଲି ଉଲ୍ଳେଖ ରହିଛି । ଘଟଣାକୁ ନେଇ ଜିଆରପିଏସ ଥାନା ଆଇଆଇସି ବିନୟ ପ୍ରକାଶ ମିଂଜଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ରମାକାନ୍ତ ଦାଶ ତଦନ୍ତ କରୁଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri