ତୁରନ୍ତ ନ୍ୟାୟ ଦାବିରେ ଥାନାରେ ବିଷ ପିଇଦେଲେ ଯୁବତୀ

ନୟାଗଡ଼,୨୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ପରିସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ଜଣେ ଯୁବତୀ ବିଷ ପିଇ ଦେଇଛନ୍ତି।

ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ଥାନାରେ ମାମଲା ହୋଇଥିଲା। ଅଭିଯୁକ୍ତ ମଧ୍ୟ ଜେଲ ଯାଇ ଜାମିନରେ ଆସିଥିଲେ। ରବିବାର ପୁଣି ଘଟଣାକୁ ନେଇ ୨ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଥାନାରେ ଉଭୟ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ୨ଟି ମାମଲା ରୁଜୁ କରିଥିଲା। ହେଲେ ଯୁବତୀ ଜଣକ ତୁରନ୍ତ ନ୍ୟାୟ ଦାବିରେ ଥାନାରେ ବିଷ ପିଇଦେଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share