ଘରେ ଆତ୍ମହତ୍ୟା କଲେ ଯୁବତୀ, ଭୟରେ ପରିବାର ଲୋକେ କଳେ ଏମିତି କାମ: ସତ ଜଣାପଡ଼ିବା ପରେ…

ଲୋଇସିଂହା,୩।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ହଳଦିପଦର ନିକଟସ୍ଥ ଘେସାଲି ନାଲାରୁ ଜଣେ ଯୁବତୀଙ୍କ ମୃତଦେହକୁ ଆଗଲପୁର ପୋଲିସ ରବିବାର ଅପରାହ୍ନରେ ଜବତ କରିଥିଲା। ମୃତ ଯୁବତୀ ଜଣକ ହେଲେ ହଳଦିପଦର ଗ୍ରାମର ନେପୂର ଗହିର(୨୬)। ଆଗଲପୁର ପୋଲିସ ସାଇିଫିକ୍‌ ଟିମ ସହ ତଦନ୍ତ କରି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଆଗଲପୁର ଥୋନରେ (ନଂ 11।25)ରେ ଏକ ଅପମୃତ୍ୟୁ ମାମଲା କରାଯାଇଛି। ପରେ ମୃତଦେହକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ପଠାଇ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଗଲପୁର ପୋଲିସ ପକ୍ଷରୁ ରୁଜୁ ଅପମୃତ୍ୟୁ ମାମଲାକୁ ବଲାଙ୍ଗୀର ଏସପି ଅଭିଳାଷ ଜୀ ସନ୍ଦେହ ପ୍ରକଟ କରି ସୋମବାର ଘଟଣାସ୍ଥଳ ପରିଦର୍ଶନ କରି ଫେରିଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀଙ୍କ ଘର ଆଗଲପୁର ବ୍ଲକ ହଳଦିପଦର ଗ୍ରାମର। ହେଲେ ଯୁବତୀ ଜଣକ ନିକଟସ୍ଥ ବୁଦୁଲା ପଞ୍ଚାୟତ ବୁରୋଭାଡି ଗ୍ରାମର ମାମୁ ଘରେ ରହି ଆସୁଥିଲେ। କୁଆଡେ ଜଣେ ଯୁବକଙ୍କ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା। କିଛିଦିନ ପୂର୍ବରୁ ଯୁବତୀ ଜଣକ ସେହି ଯୁବକଙ୍କ ସହ ଘରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରିବାର ଲୋକେ ଯୁବତୀଙ୍କୁ ଫେରାଇ ଆଣିଥିଲେ। ଏପରିକି ପୂର୍ବରୁ ମଧ୍ୟ ଯୁବତୀ ଜଣକ ଘରୁ ଚାଲିଯାଇଥିଲେ। କିନ୍ତୁ ପୋଲିସର କହିବା ଅନୁଯାୟୀ, ରବିବାର ଯୁବତୀ ଜଣକ ବେକରେ ରଶି ଲଗାଇ ଘରେ ଆମତ୍ହତ୍ୟା କରିଥିଲେ। ଏଥିରେ ପରିବାର ଲୋକେ ଭୟଭୀତ ହୋଇପଡି ମୃତଦେହକୁ ଉକ୍ତ ନାଳା ନିକଟକୁ ନେଇ ଫିଙ୍ଗି ଦେଇ ଚାଲିଆସି ନିଖୋଜ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯୁବତୀଙ୍କ ମୃତଦେହ ନାଲ ନିକଟରେ ପଡିଥିବା ସୂଚନା ଦେଇଥିଲେ। ହେଲେ ସୋମବାର ପରିବାର ଲୋକେ ଘଟଣା ସମ୍ପର୍କରେ ସତ କହିବା ସହ ଆମତ୍ହତ୍ୟା କରିଥିବା ରଶି ପୋଲିସକୁ ଜିମା ଦେଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ବୋଇ କହିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

ରାସ୍ତା ଉପରେ ସ୍କର୍ପିଓ ରଖି କରୁଥିଲେ ଲୁଟ୍‌: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପଲମ ଟୋଲଗେଟ୍‌ ଛକ ନିକଟ ରାସ୍ତାରେ ୪ ଜଣ ସୋମବାର ରାତିରେ ଲୋକଙ୍କଠାରୁ ଲୁଟ୍‌ କରୁଥିଲେ। ପଲମ…

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଘୁମୁରା ଗାୟକ ଗୋଲକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା,୨୭।୧(ତୁମେଶ୍ୱର ସାହୁ ): ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ଗାୟକ ଗୋପାଳ ନାଏକଙ୍କୁ ତାଙ୍କର ଶ୍ରେଷ୍ଠ ଲୋକ ଗୀତ…

ମୁକ୍ତ ହେବ ବାଲ୍ୟ ବିବାହ: ବାହାରିଲା ସାଇକେଲ ଶୋଭାଯାତ୍ରା

ବଡବିଲ,୨୭।୧(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡବିଲର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନ ବିଭାଗର ବଡବିଲ ତାଲୁକ ଆଇନ ସେବା…

ଟି୨୦ ବିଶ୍ୱକପ୍‌ ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର, ୧୭ ବର୍ଷ କ୍ୟାରିୟରରେ… 

ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍‌କୁ ଆଉ କିଛି ଦିନ ବାକି। ଏମିତିରେ ସନ୍ନ୍ୟାସ ନେଇ ଚମକାଇଛନ୍ତି ଜଣେ କ୍ରିକେଟର। ସେ ହେଲେ କେନ୍‌ ରିଚାର୍ଡସେନ। ଏହି ବୋଲରଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri