ଯୁବକଙ୍କ ଉନ୍ମତ୍ତକାଣ୍ଡ: ନିଜ ଘରେ ଲଗାଇଦେଲେ ନିଆଁ

ଚଣ୍ଡିଖୋଲ,୧୪।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିତଳ ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟି ୨ ପରିବାରର ୪ ବଖରା ଘର ଜଳି ଯାଇଛି । ଉକ୍ତ ଗ୍ରାମର ଅଜୟ ଦଳେଇ ପ୍ରତିଦିନ ପରି ରବିବାର ମଦ ପିଇ ଘରକୁ ଫେରିଥିଲେ। ଏହାପରେ ନିଜ ପରିବାର ଲୋକଙ୍କ ସହିତ ଝଗଡ଼ା କରିଥିଲେ। ଏତିକିରେ କଥା ସରି ନ ଥିଲା। ସେ ମା’ବାପା ଓ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ସ୍ତ୍ରୀ ମାଡ଼ ସହି ନ ପାରି ନିଜ ବାପ ଘରକୁ ଚାଲିଯାଇଥିଲେ। ଏହି ଘଟଣା ପରେ ଅଜୟ ପୁଣିଥରେ ମଦ ପିଇ ଘରକୁ ଫେରିଥିଲେ। ଶେଷରେ ସେ ନିଜ ଘରେ ନିଆଁ ଲଗାଇ ଦେଇଥିଲେ। ଅପରାହ୍ନ ସମୟରେ କେହି ଘରେ ନ ଥିବାରୁ ନିଆଁ ହୁତୁ ହୁତୁ ହୋଇ ଜଳିଥିଲା। ଶେଷରେ ସେହି ନିଆଁରେ ନିଜର ୨ ବଖରା ପୋଡ଼ିଯିବା ସହିତ ପଡ଼ୋଶୀ ଶତ୍ରୁଘନ ଦଳେଇଙ୍କ ୨ ବଖରା ଜଳିଯାଇଥିଲା। ନିଆଁରେ ଶତ୍ରୁଘନଙ୍କ ସମସ୍ତ ଜିନିଷପତ୍ର ପୋଡ଼ିଯିବା ସହିତ ସେ ଘରେ ରଖିଥିବା କିସ୍ତି ଟଙ୍କା ମଧ୍ୟ ପୋଡ଼ି ଯାଇଛି। ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ପହଞ୍ଚତ୍ ଥିଲେ ମଧ୍ୟ ସେତେବେଳକୁ ସବୁ ଛାରଖାର ହୋଇଯାଇଥିଲା। ଏହି ଘଟଣା ପରେ ଅଜୟ ଏକ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ। ଏନେଇ ଶତ୍ରୁଘନ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଜୟଙ୍କୁ ଅଟକ ରଖିଛି। ଚଣ୍ଡିତଳ ସରପଞ୍ଚ ସାଗରିକା ବିହାରୀ ବିପନ୍ନଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ, ବସ୍ତ୍ର ଓ ପଲିଥିନ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଭାରତ ପାଇଁ ଆଶ୍ୱସ୍ତି: ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅତିକ୍ରମ କଲା ୨ ଏଲପିଜି ଟ୍ୟାଙ୍କର୍‌

ତେହେରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍‌…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri