ଭୋଗରାଇ, ୨୧।୬ ( ପ୍ରଦୀପ ଦାସ ) ସୁବର୍ଣ୍ଣରେଖା ବନ୍ୟାରେ ଜଣେ ଯୁବକ ଭାସିଯାଇ ନିଖୋଜ ଥିବାର ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଯୁବକକୁ ଠାବ କରିବା ନିମନ୍ତେ ନଦୀରେ ତଲାସୀ ଜାରି ରଖିଛନ୍ତି । ନଦୀସ୍ରୋତରେ ଭାସିଯାଇଥିବା ଯୁବକ ହେଲେ ଭୋଗରାଇ ବ୍ଲକ କୁହ୍ଲା ଗ୍ରାମର ନବକୃଷ୍ଣ ପିଳା( ୨ ୨)
ସୂଚନାନୁଯାୟୀ, ସୁବର୍ଣ୍ଣରେଖାର ଉପରମୁଣ୍ଡାରେ ଭୀଷଣ ବର୍ଷା ହେବାରୁ ତଳ ମୁଣ୍ଡାରେ ବନ୍ୟା ଦେଖାଦେଇଛି। ଝାଡ଼ଖଣ୍ଡ ଗାଲୁଡ଼ିହିରୁ ଉଦବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ଉତ୍ତର ବାଲେଶ୍ୱର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି । ଏଭଳି ସ୍ଥିତିରେ ୩ ନିର୍ବାଚନ ମଣ୍ଡଳୀର ବିଧାୟିକା ଓ ବିଧାୟକ ସହିତ ବିଭାଗ ଓ ପ୍ରଶାସନ ବନ୍ୟାପ୍ଲାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଖବର ଲେଖାକୁ ସୁବର୍ଣ୍ଣରେଖା ରାଜଘାଟଠାରେ ବନ୍ୟଜଳ ହ୍ରାସ ପାଉଥିବାବେଳେ ଭୋବରାଇ ଓ ବାଲିଆପାଳ ନଦୀକୂଳିଆ ଗାଁ ରେ ପାଣି ବଢୁଛି।