ଭଡ଼ାଘରେ ଝୁଲିପଡ଼ିଲେ ଯୁବକ, ଘର ଲୋକେ କବାଟ ଖୋଲିବାରୁ…

ବଲାଙ୍ଗୀର,୧୭ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜୀବ ନଗରରେ ଏକ ଦୁଃଖଦ ଘଟଣା ଘଟିଛି। ସହରସ୍ଥିତ ରାଜୀବ ନଗରପଡ଼ାରେ ରହୁଥିବା ଅମିତ୍‌ ଭୋଇ(୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅମିତ୍‌ଙ୍କ ପରିବାର ରାଜୀବନଗରରେ ଏକ ଭଡ଼ା ଘରେ ରହୁଥିଲେ। ରାତିରେ ଏକ ରୁମ୍‌ ଭିତରେ ଅମିତ୍‌ କବାଟ ଦେଇ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁମୃତ ଘୋଷଣା କରିଥଲେ। ମୃତ ଘୋଷଣା କରିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତେବେ ଅମିତ୍‌ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

 

Dharitri – The Largest & Most Trusted Odia Daily