ଘରେ ଚାଲିଥିଲା ନୂଆଖାଇ ପର୍ବ ପାଳନ, ଏପଟେ ଯୁବକଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ, ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ…

ବରଗଡ଼/ସୋହେଲା,୨୮ା୮(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଗୁରୁବାର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଖାଇ ପର୍ବ ବେଶ୍‌ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ବରଗଡ଼ ଜିଲା ସୋହେଲା ହଳଦୀପାଲି ନିକଟ ପେଟ୍ରୋଲ ପମ୍ପରେ ଏକ ହତ୍ୟାକାଣ୍ଡ ଘଟିଛି। ପେଟ୍ରୋଲ ପମ୍ପ ପରିସରରେ ହଲଦୀପାଲିର ବଳିଷ୍ଠ ପ୍ରଧାନ ବସିଥିବା ସମୟରେ ତାଙ୍କୁ ଗର୍ଭନା ଗ୍ରାମର ଲିପୁ ସାହୁ ନାମକ ଏକ ଯୁବକ ଟାଙ୍ଗିଆରେ ଆକ୍ରମଣ କରି ନିର୍ମମ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରି ଆନ୍ଦୋଳନ କରୁଥିବା ବେଳେ ସୋହେଲା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରୁଛି।

Share