ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ ଗ୍ରାମର ଗଣେଷ ହେମ୍ବ୍ରମ ଗୁରୁବାର ଖୁଣ୍ଟା ସାପ୍ତାହିକ ହାଟ ଆସିଥିଲେ। ହେଲେ ହାଟରୁ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ସମୟରେ ବଡ଼ଖୁଣ୍ଟା ରାସ୍ତା ପାର୍ଶ୍ୱରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସକୁ ଖବର ଦେବା ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଯୁବକଙ୍କ ମୁହଁକୁ ଅତି ନିର୍ମମ ଭାବେ ଇଟାରେ ଛେଚି ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ କେଉଁ କାରଣରୁ ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ମୃତଦେହ ପାଖରେ ଗାଡି ଚାବି ପଡ଼ିଥିବା ବେଳେ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ସହାୟତା ଲୋଡ଼ିଛି ପୋଲିସ। ତେବେ କିଏ ଏବଂ କ’ଣ ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଲା ତାହାର ତଦନ୍ତ ଚାଲିଛି।