Posted inଖେଳ

ଯୁବ ଶୁଟର ବରୁଣ, ଇଶାଙ୍କୁ ମିଳିଲା ଅଲିମ୍ପିକ କୋଟା

ଜାକର୍ତ୍ତା,୮ା୧: ଜକର୍ତ୍ତାଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ମହିଳା ଏବଂ ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଇଶା ସିଂ ସ୍ବର୍ଣ୍ଣ ପଦକ ସହ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଏହି ଦୁଇଜଣଙ୍କ ପରେ ପ୍ୟାରିସ ପାଇଁ ଯୋଗ୍ୟତା ହାସଲ କରିଥିବା ଶୁଟରମାନଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।

ଅବଶିଷ୍ଟ କ୍ୱାଲିଫାୟର୍ସରୁ ଭାରତର ଅନ୍ୟ କେତେଜଣ ଜୁଲାଇ-ଅଗଷ୍ଟ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି। କଣ୍ଟିନେଣ୍ଟାଲ ଇଭେଣ୍ଟରେ ଭାରତ ସୋମବାର ଦୁଇ ସ୍ବର୍ଣ୍ଣ ସମେତ ୬ ପଦକ ହାସଲ କରିଛି। ୨୦ ବର୍ଷୀୟ ତୋମାର ଫାଇନାଲରେ ୨୩୯.୬ ଶଟ୍‌ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅରୁଣ ଚିମା ୨୩୭.୩ ସ୍କୋର ସହ ରୌପ୍ୟ ଏବଂ ମଙ୍ଗୋଲିଆର ଦାଭାଖୁ ଏଙ୍କଥାଇଭାନ (୨୧୭.୨) ବ୍ରୋଞ୍ଜ ଜିତିଥିଲେ। ପୂର୍ବରୁ ତୋମାର (୫୮୬), ଚିମା (୫୭୫) ଓ ଉଜାଓ୍ବାଲ ମଲିକ (୫୭୫) ମୋଟ ୧୭୪୦ ସ୍କୋର କରି ୧୦ ମିଟର ଏୟାର ପିସ୍ତଲ ଟିମ୍‌ ସ୍ବର୍ଣ୍ଣ ଜିତିଥିଲେ। ତୋମାର ହେଉଛନ୍ତି ଟୋକିଓ ଅଲିମ୍ପିଆନ ସୌରଭ ଚୌଧାରୀଙ୍କ ସମ୍ପର୍କୀୟ ଭାଇ, ଯଏକି ୨୦୧୮ ଏସିଆନ ଗେମ୍ସରେ ଏକ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୧୯ ବର୍ଷୀୟା ଇଶା ମହିଳା ଇଭେଣ୍ଟରେ ୨୪୩.୧ ସ୍କୋର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପାକିସ୍ତାନର କିସ୍‌ମାଲା ତଲତ (୨୩୬.୩) ରୌପ୍ୟ ପଦକ ହାସଲ କରିଥିବା ବେଳେ ଭାରତର ଅନ୍ୟ ଜଣେ ରିଦିମ ସାଙ୍ଗଓ୍ବାନ (୨୧୪.୫) ବ୍ରୋଞ୍ଜ ପଦକ ପାଇଥିଲେ। ୨୧ ବର୍ଷୀୟା ତଲତ ମଧ୍ୟ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ପାକିସ୍ତାନର ତୃତୀୟ ଶୁଟର ଭାବେ ସେ ଏହି ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri