Posted inଖେଳ

ଯୁବ ଶୁଟର ବରୁଣ, ଇଶାଙ୍କୁ ମିଳିଲା ଅଲିମ୍ପିକ କୋଟା

ଜାକର୍ତ୍ତା,୮ା୧: ଜକର୍ତ୍ତାଠାରେ ଚାଲିଥିବା ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ମହିଳା ଏବଂ ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଇଶା ସିଂ ସ୍ବର୍ଣ୍ଣ ପଦକ ସହ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଏହି ଦୁଇଜଣଙ୍କ ପରେ ପ୍ୟାରିସ ପାଇଁ ଯୋଗ୍ୟତା ହାସଲ କରିଥିବା ଶୁଟରମାନଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।

ଅବଶିଷ୍ଟ କ୍ୱାଲିଫାୟର୍ସରୁ ଭାରତର ଅନ୍ୟ କେତେଜଣ ଜୁଲାଇ-ଅଗଷ୍ଟ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି। କଣ୍ଟିନେଣ୍ଟାଲ ଇଭେଣ୍ଟରେ ଭାରତ ସୋମବାର ଦୁଇ ସ୍ବର୍ଣ୍ଣ ସମେତ ୬ ପଦକ ହାସଲ କରିଛି। ୨୦ ବର୍ଷୀୟ ତୋମାର ଫାଇନାଲରେ ୨୩୯.୬ ଶଟ୍‌ ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅରୁଣ ଚିମା ୨୩୭.୩ ସ୍କୋର ସହ ରୌପ୍ୟ ଏବଂ ମଙ୍ଗୋଲିଆର ଦାଭାଖୁ ଏଙ୍କଥାଇଭାନ (୨୧୭.୨) ବ୍ରୋଞ୍ଜ ଜିତିଥିଲେ। ପୂର୍ବରୁ ତୋମାର (୫୮୬), ଚିମା (୫୭୫) ଓ ଉଜାଓ୍ବାଲ ମଲିକ (୫୭୫) ମୋଟ ୧୭୪୦ ସ୍କୋର କରି ୧୦ ମିଟର ଏୟାର ପିସ୍ତଲ ଟିମ୍‌ ସ୍ବର୍ଣ୍ଣ ଜିତିଥିଲେ। ତୋମାର ହେଉଛନ୍ତି ଟୋକିଓ ଅଲିମ୍ପିଆନ ସୌରଭ ଚୌଧାରୀଙ୍କ ସମ୍ପର୍କୀୟ ଭାଇ, ଯଏକି ୨୦୧୮ ଏସିଆନ ଗେମ୍ସରେ ଏକ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୧୯ ବର୍ଷୀୟା ଇଶା ମହିଳା ଇଭେଣ୍ଟରେ ୨୪୩.୧ ସ୍କୋର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପାକିସ୍ତାନର କିସ୍‌ମାଲା ତଲତ (୨୩୬.୩) ରୌପ୍ୟ ପଦକ ହାସଲ କରିଥିବା ବେଳେ ଭାରତର ଅନ୍ୟ ଜଣେ ରିଦିମ ସାଙ୍ଗଓ୍ବାନ (୨୧୪.୫) ବ୍ରୋଞ୍ଜ ପଦକ ପାଇଥିଲେ। ୨୧ ବର୍ଷୀୟା ତଲତ ମଧ୍ୟ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି। ପାକିସ୍ତାନର ତୃତୀୟ ଶୁଟର ଭାବେ ସେ ଏହି ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri