Posted inଫୁରସତ

ଛାତରୁ ପାଣିକୁ ଡେଇଁଲେ ଯୁବତୀ, ଭିଡିଓ ଦେଖିଲେ ଦୋହଲିଯିବ ହୃଦୟ

ଓ୍ବାଶିଂଟନ୍‌: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଭିଡିଓଟିରେ ଜଣେ ଯୁବତୀ ଛାତ ଉପରୁ ତଳେ ଥିବା ପୁଲ୍‌କୁ ଡେଉଁଛନ୍ତି। ଏହା ପରେ ଏମିତି କିଛି ଘଟଣା ଘଟୁଛି ଯାହା ସମ୍ପର୍କରେ କେହି କେବେ ଭାବି ବି ନ ଥିବେ। ହୃଦୟ ଦୋହଲାଇ ଦେବା ପରି ଘଟଣା। ଯାହାକି ସିସିଟିଭିରେ କଏଦ ହୋଇଛି। ଇଣ୍ଟରନେଟ୍‌ରେ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଯୁବତୀ ଜଣକ ଯେତିକି ଉଚ୍ଚ ଛାତରୁ ଡେଇଁଲେ ଆଦୌ ବଞ୍ଚିବା କଥା ନୁହେଁ। ମାତ୍ର ସେ ଆରାମରେ ଡେଇଁଛନ୍ତି, ଯାହା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ।ଯୁବତୀ ଜଣକ ପୁଲ୍‌କୁ ଡେଇଁବା ପାଇଁ ଛାତ ଉପରୁ ଯାଇଥିଲେ। ଠିକ୍‌ ଏତିକିବେଳେ ସେ ଛାତରେ ଧକ୍କା ଖାଇ ପୁଲ୍‌ରେ ପଡ଼ିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଭିଡିଓଟି ଆମେରିକାର। ଏହା ଚଳିତମାସର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ଏବଂ ଯୁବତୀ ପୁଲ୍‌କୁ ଡେଇଁବା ପାଇଁ ଛାତ ଉପରେ ଠିଆ ହୋଇଛନ୍ତି। ଏହା ପରେ ଦୁଇଜଣ ପୁଲ୍‌କୁ ଡେଇଁବା ପାଇଁ ଏକ ସମୟରେ ଚେଷ୍ଟା କରୁଥିଲେ। ଯୁବକ ଜଣକ ଆରାମରେ ପୁଲ୍‌କୁ ଡେଇଁଥିବା ବେଳେ ଯୁବତୀ ଜଣକ ଛାତରେ ଧକ୍କା ଖାଇ ପୁଲ୍‌ ମଧ୍ୟରେ ପଡ଼ିଥିଲେ। ସେ ପାଣିରେ ପଡ଼ିଯିବା ପରେ ଦେଖଣାହାରୀମାନେ ବଡ଼ ପାଟିରେ ଚିଲାଇଥିଲେ। ଯୁବତୀ ଜଣକ ବଞ୍ଚିଥିବେ କି ନାହିଁ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ। ମାତ୍ର ଯୁବତୀ ଜଣକଙ୍କର କୌଣସି କ୍ଷତି ଘଟି ନ ଥିଲା। ପାଣିକୁ ଡେଇଁବା ପରେ ଉଠି ସେ ହସୁଥିଲେ।
ଭାଇରାଲ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୧.୨ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ୩୧୮.୮ ହଜାର ଲୋକ ଲାଇକ୍‌ କରିଛନ୍ତି। ୮୦.୬ ହଜାର ଲୋକ ଭିଡିଓଟିକୁ ଶେୟାର କରିସାରିଲେଣି। ୩.୬ ହଜାର ଲୋକ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଆଉ ଯୁବତୀଙ୍କ ସାହସକୁ ପ୍ରଶଂସା ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୩୩ତମ ସର୍ବୋଚ୍ଚ ବିଦେଶୀ ସମ୍ମାନ; ସ୍ଲୋଭାକିଆ ରାଷ୍ଟ୍ରପତି ଦେଲେ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ’

ବ୍ରାଟିସଲାଭା,୧୬।୬: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ…

ଡୋନାଲ୍ଡ ଟ୍ରମ୍ପଙ୍କୁ ନାଲି ଆଖି ଦେଖାଉଛନ୍ତି ନେତାନ୍ୟାହୁ ! ଶାନ୍ତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଲେ -‘ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ…’

ଜେରୁଜେଲମ,୧୬।୬: ଦୀର୍ଘ ଆଲୋଚନା ପରେ, ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିନାମା ଘୋଷଣା କରିଥିଲେ। ତଥାପି, ଇସ୍ରାଏଲ ଆମେରିକା-ଇରାନ ଚୁକ୍ତିନାମାରେ ଗଭୀର ଅସନ୍ତୁଷ୍ଟ ଥିବା ପରି…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଭାରତ, ସ୍ଲୋଭାକିଆ ସହଭାଗିତା ବଢ଼ିବ

ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri