ସରକାରୀ ଯୋଜନାର ଲାଭ ଉଠାନ୍ତୁ ଯୁବ ଚାଷୀ: କୁକୁଡ଼ା ପାଳନ ଉପରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁକୁଡ଼ା ପାଳନ ଉପରେ ୫ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଚାଲିଥିଲା। ତାହା ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଜିଲାର ବିଭିନ୍ନ ବ୍ଲକରୁ ୪୦ ଜଣ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ। ଚାଷୀମାନଙ୍କୁ କୁକୁଡ଼ା ପାଳନର ବିଭିନ୍ନ ଦିଗ ଉପରେ ତାଲିମ ଦିଆ ଯାଇଥିଲା। ଅଣ୍ଡାରୁ ଚିଆଁ ଫୁଟାଇବା, ଦିନିକିଆ ଚିଆଁକୁ ବୃଡିଙ୍ଗ ଦ୍ୱାରା ବଡ କରିବା, ଉପଯୁକ୍ତ ଖାଦ୍ୟର ପ୍ରସ୍ତୁତି ତଥା ରୋଗ ନିରାକରଣ ଉପରେ ଏହି ତାଲିମରେ ବିଶେଷ ଭାବେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା। ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନ ଉପକାରୀ ଯୋଜନାରେ କିପରି ଭାବେ ନିଜକୁ ସାମିଲ କରି ଯୁବ ଚାଷୀ ମାନେ ଲାଭବାନ ହୋଇପାରିବେ ସେ ଉପରେ ସୂଚନା ମଧ୍ୟ ଦିଆଯାଇଥିଲା। ଚାଷୀ ମାନେ ନିଜ ହାତରେ ଅଣ୍ଡା ଫୁଟା ଯନ୍ତ୍ରର ପରିଚାଳନା, ଚିଆଁ ବୃଡିଙ୍ଗ ଓ ମୃତ ପକ୍ଷୀଙ୍କ ପୋଷ୍ଟମର୍ଟମ କରିବା ଶିଖିଥିଲେ। ଏହି ତାଲିମ ଦ୍ୱାରା ଚାଷୀମାନେ ନିଜର ଜ୍ଞାନ ଓ ଦକ୍ଷତା ବୃଦ୍ଧି ହେବା ସହ ସରକାରୀ ଯୋଜନା ବିଷୟରେ ଅବଗତ ହୋଇଥିବାରୁ ଖୁସି ପ୍ରକାଶ କରିଥିଲେ । ଆଗକୁ ଏପରି ଅଧିକ ତାଲିମ ଆଯୋଜନ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ପ୍ରାଣୀ ବୈଜ୍ଞାନିକ ଡା. ସିଦ୍ଧାର୍ଥ ରଣବିଜୁଳି ଏହି ତାଲିମ ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ବନଜା ତ୍ରିପାଠୀ ଓ ପୂଜାରାଣୀ ବିଶୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri