ସହପାଠୀଙ୍କ ସହ ବନ୍ଧୁତା ପରେ ଅଶ୍ଳିଳ ଫଟୋ ଉଠାଇ ଭାଇରାଲ କରିବା ଧମକ ଦେଉଥିଲେ, ଯୁବକଙ୍କୁ ବାନ୍ଧିଲା…

ବୈଶିଙ୍ଗା,୨୪।୭(ରତନ ଦାଶ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି ।
ସୂଚନାରୁ ପ୍ରକାଶ, ଖୁଣ୍ଟା ଥାନା ଅଞ୍ଚଳର କେଶ ମୁର୍ମୁଙ୍କ ପୁଅ ଭବାନୀଶଙ୍କର(୨୦) ତାଙ୍କର ଜଣେ ସହପାଠୀଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଦୁର୍ବଳତାର ସୁଯୋଗ ନେଇ ବିଭିନ୍ନ ସମୟରେ ଅଶ୍ଳୀଳ ଫଟୋ ଉଠାଇ ଦୀର୍ଘଦିନ ଧରି ବ୍ଲାକମେଲିଂ କରି ଆସୁଥିଲେ। ସେ ଯୁବତୀଙ୍କଠାରୁ ବିଭିନ୍ନ ସମୟରେ ଅର୍ଥ ଆଦାୟ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ତେବେ ଅନ୍ୟ ଉପାୟ ନ ପାଇ ଯୁବତୀଜଣଙ୍କ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ବାରିଣି ଦାସ ପୋଲିସ ଟିମ ସହିତ ଅଭିଯୁକ୍ତଙ୍କୁ ଖୁଣ୍ଟା ଥାନା ଅଞ୍ଚଳରୁ ଠାବ କରି ବୁଧବାର ବିଳମ୍ବିତ ରାତିରେ ଚଢାଉ କରି ବୈଶିଙ୍ଗା ଥାନାକୁ ଆଣିଥିଲେ। ଏ ନେଇ ୩୭୧/୨୫ରେ ମାମଲା ରୁଜୁ କରି ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।

Share
Tags: crimeodisha