‘ସ୍ତ୍ରୀ ୨’ ପାଇଁ କାଟିବାକୁ ପଡିବନି ମହଙ୍ଗା ଟିକେଟ୍‌, ମାତ୍ର ୨୯ଟଙ୍କାରେ ଦେଖନ୍ତୁ ହଲ୍‌ ଭଳି ଫିଲ୍ମ

ମୁମ୍ବାଇ.୧୮।୮: ‘ସ୍ତ୍ରୀ ୨’ ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଫିଲ୍ମ ଗୁରୁବାର ସ୍ବାଧୀନତା ଦିବସ ଉପଲକ୍ଷେ ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ହେବାର ୨ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ ଅକ୍ଷୟ କୁମାରଙ୍କ ‘ଖେଲ୍‌ ଖେଲ୍‌ ମେଁ’ ଓ ଜନ୍‌ ଆବ୍ରାହମଙ୍କ ‘ବେଦା’ ଫିଲ୍ମକୁ ପଛରେ ପକାଇ ବକ୍ସ ଅଫିସରେ ଅଧିକ ବ୍ୟବସାୟ କରିବାରେ ସଫଳ ହୋଇଛି।

ରିଲିଜ୍‌ ହେବା ପରେ ଫିଲ୍ମ ଟିକେଟ୍‌ ଦାମ୍‌ ଅଧିକ ରହିଛି। ଏଥିପାଇଁ ଅଧିକାଂଶ ଲୋକ ଫିଲ୍ମ ଦେଖିବାକୁ ଯାଇପାରୁ ନାହାନ୍ତି। PVR ଟିକେଟ ମହଙ୍ଗା ହେଉ କି ଅଫିସରୁ ଛୁଟି ନ ମିଳିବାରୁ ଲୋକେ ସ୍ତ୍ରୀ ୨ କୁ ଦେଖିପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଟ୍ରିକ୍‌ ଦେବାକୁ ଚାହୁଁଛୁ ଯେଉଁଥିରେ ଆପଣ ବିନା ଖର୍ଚ୍ଚାନ୍ତରେ ମାତ୍ର ୨୯ ଟଙ୍କାରେ ଫିଲ୍ମଟିକୁ ଦେଖି ପାରିବେ।

ଆପଣ ଏହି ଫିଲ୍ମକୁ OTT ପ୍ଲାଟଫର୍ମରେ ଯେକୌଣସି ସମୟରେ, ଯାତ୍ରା ସମୟରେ, ଅଫିସରେ କିମ୍ବା ଘରେ ଷ୍ଟ୍ରିମ କରି ଦେଖି ପାରିବେ। ଏହି ଫିଲ୍ମ ଖୁବ ଶୀଘ୍ର OTT ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ଉଭୟ ନେଟଫ୍ଲିକ୍ସ ଏବଂ ଜିଓ ସିନେମା OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏହାଦ୍ୱାରା ଆପଣ ମହଙ୍ଗା PVR ଟିକେଟ ରୁ ମୁକ୍ତି ପାଇ ପାରିବେ।

ଯଦି ଆପଣ 29 ଟଙ୍କାରେ ସ୍ତ୍ରୀ ୨ ଫିଲ୍ମ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଜିଓର ପ୍ରିମିୟମ ସବସ୍କ୍ରିପସନ ନେଇ ଏହାକୁ ଦେଖିପାରିବେ। ଆପଣ ଏହି ଫିଲ୍ମକୁ କିଛି ଦିନ ମଧ୍ୟରେ ଜିଓ ସିନେମାରେ ଦେଖିବାକୁ ପାଇବେ। ଜିଓ ସିନେମାର ସବୁଠାରୁ ଶସ୍ତା ଏବଂ ମାସିକ ପ୍ଲାନ ମାତ୍ର ୨୯ ଟଙ୍କା। ଏହି ପ୍ରିମିୟମ ପ୍ଲାନରେ ବିନା ବିଜ୍ଞାପନରେ ଫିଲ୍ମଟିକୁ ଦେଖିପାରିବେ।

ଯଦି ଆପଣ ଏହାକୁ ଟିଭି କିମ୍ବା ଅନ୍ୟ କୌଣସି ଉପକରଣରେ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଜିଓ ସିନେମାର ଫ୍ୟାମିଲି ପ୍ଲାନ ମଧ୍ୟ ନେଇପାରିବେ। ଏହି ପ୍ଲାନ ମାତ୍ର ୮୯ ଟଙ୍କାରେ ଉପଲବ୍ଧ।

ରିପୋର୍ଟ ଅନୁଯାୟୀ, ଗୁରୁବାର ରିଲିଜ୍‌ ହେବାର ପ୍ରଥମ ଦିନରେ ‘ସ୍ତ୍ରୀ ୨’ ଫିଲ୍ମ ୬୦.୩ କୋଟି ଟଙ୍କା ବକ୍ସ ଅଫିସରୁ ସଂଗ୍ରହ କରିଥିବା ବେଳେ ଶୁକ୍ରବାର ଦ୍ୱିତୀୟ ଦିନରେ ଏହା ୩୦ କୋଟି ସଂଗ୍ରହ କରିଛି। ଏହିପରି ଭାବେ ପ୍ରଥମ ୨ ଦିନରେ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ସମୁଦାୟ ୯୦.୩ କୋଟି ଟଙ୍କା ସଂଗ୍ରହ କରିଛି। ସେହିପରି ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱବ୍ୟାପୀ ୭୬.୫ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ୨ ଦିନ ମଧ୍ୟରେ ଏହି ସଂଖ୍ୟା ୧୦୦ କୋଟି ଟପିଛି। ଦର୍ଶକଙ୍କ ମଧ୍ୟରେ ‘ସ୍ତ୍ରୀ ୨’ ପାଇଁ ରହୁଥିବା କ୍ରେଜ୍‌କୁ ବିଚାରକୁ ନେଇ ଚଳିତ ୱିକ୍‌ ଏଣ୍ଡ୍‌ ଶେଷ ସୁଦ୍ଧା ଫିଲ୍ମର ବକ୍ସ ଅଫିସ ସଂଗ୍ରହ ୨୦୦ କୋଟି ପାର କରିବ ବୋଲି କେତେଜଣ ଫିଲ୍ମ ସମୀକ୍ଷକ ଆକଳନ କରିଛନ୍ତି।

୨’ ଫିଲ୍ମରେ ଶ୍ରଦ୍ଧାଙ୍କ ବିପକ୍ଷରେ ଅଭିନେତା ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏବଂ ଦିନେଶ ଭିଜାନ ଓ ଜ୍ୟୋତି ଦେଶ୍‌ପାଣ୍ଡେଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅଭିନେତା ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀ ପ୍ରମୁଖ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri