‘ସ୍ତ୍ରୀ ୨’ ପାଇଁ କାଟିବାକୁ ପଡିବନି ମହଙ୍ଗା ଟିକେଟ୍‌, ମାତ୍ର ୨୯ଟଙ୍କାରେ ଦେଖନ୍ତୁ ହଲ୍‌ ଭଳି ଫିଲ୍ମ

ମୁମ୍ବାଇ.୧୮।୮: ‘ସ୍ତ୍ରୀ ୨’ ହଲ୍‌ରେ ରିଲିଜ୍‌ ହୋଇ ସାରିଛି। ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଫିଲ୍ମ ଗୁରୁବାର ସ୍ବାଧୀନତା ଦିବସ ଉପଲକ୍ଷେ ରିଲିଜ୍‌ ହୋଇଛି। ତେବେ ରିଲିଜ୍‌ ହେବାର ୨ ଦିନ ମଧ୍ୟରେ ‘ସ୍ତ୍ରୀ ୨’ ଫିଲ୍ମ ଅକ୍ଷୟ କୁମାରଙ୍କ ‘ଖେଲ୍‌ ଖେଲ୍‌ ମେଁ’ ଓ ଜନ୍‌ ଆବ୍ରାହମଙ୍କ ‘ବେଦା’ ଫିଲ୍ମକୁ ପଛରେ ପକାଇ ବକ୍ସ ଅଫିସରେ ଅଧିକ ବ୍ୟବସାୟ କରିବାରେ ସଫଳ ହୋଇଛି।

ରିଲିଜ୍‌ ହେବା ପରେ ଫିଲ୍ମ ଟିକେଟ୍‌ ଦାମ୍‌ ଅଧିକ ରହିଛି। ଏଥିପାଇଁ ଅଧିକାଂଶ ଲୋକ ଫିଲ୍ମ ଦେଖିବାକୁ ଯାଇପାରୁ ନାହାନ୍ତି। PVR ଟିକେଟ ମହଙ୍ଗା ହେଉ କି ଅଫିସରୁ ଛୁଟି ନ ମିଳିବାରୁ ଲୋକେ ସ୍ତ୍ରୀ ୨ କୁ ଦେଖିପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଟ୍ରିକ୍‌ ଦେବାକୁ ଚାହୁଁଛୁ ଯେଉଁଥିରେ ଆପଣ ବିନା ଖର୍ଚ୍ଚାନ୍ତରେ ମାତ୍ର ୨୯ ଟଙ୍କାରେ ଫିଲ୍ମଟିକୁ ଦେଖି ପାରିବେ।

ଆପଣ ଏହି ଫିଲ୍ମକୁ OTT ପ୍ଲାଟଫର୍ମରେ ଯେକୌଣସି ସମୟରେ, ଯାତ୍ରା ସମୟରେ, ଅଫିସରେ କିମ୍ବା ଘରେ ଷ୍ଟ୍ରିମ କରି ଦେଖି ପାରିବେ। ଏହି ଫିଲ୍ମ ଖୁବ ଶୀଘ୍ର OTT ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ଉଭୟ ନେଟଫ୍ଲିକ୍ସ ଏବଂ ଜିଓ ସିନେମା OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏହାଦ୍ୱାରା ଆପଣ ମହଙ୍ଗା PVR ଟିକେଟ ରୁ ମୁକ୍ତି ପାଇ ପାରିବେ।

ଯଦି ଆପଣ 29 ଟଙ୍କାରେ ସ୍ତ୍ରୀ ୨ ଫିଲ୍ମ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଜିଓର ପ୍ରିମିୟମ ସବସ୍କ୍ରିପସନ ନେଇ ଏହାକୁ ଦେଖିପାରିବେ। ଆପଣ ଏହି ଫିଲ୍ମକୁ କିଛି ଦିନ ମଧ୍ୟରେ ଜିଓ ସିନେମାରେ ଦେଖିବାକୁ ପାଇବେ। ଜିଓ ସିନେମାର ସବୁଠାରୁ ଶସ୍ତା ଏବଂ ମାସିକ ପ୍ଲାନ ମାତ୍ର ୨୯ ଟଙ୍କା। ଏହି ପ୍ରିମିୟମ ପ୍ଲାନରେ ବିନା ବିଜ୍ଞାପନରେ ଫିଲ୍ମଟିକୁ ଦେଖିପାରିବେ।

ଯଦି ଆପଣ ଏହାକୁ ଟିଭି କିମ୍ବା ଅନ୍ୟ କୌଣସି ଉପକରଣରେ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଜିଓ ସିନେମାର ଫ୍ୟାମିଲି ପ୍ଲାନ ମଧ୍ୟ ନେଇପାରିବେ। ଏହି ପ୍ଲାନ ମାତ୍ର ୮୯ ଟଙ୍କାରେ ଉପଲବ୍ଧ।

ରିପୋର୍ଟ ଅନୁଯାୟୀ, ଗୁରୁବାର ରିଲିଜ୍‌ ହେବାର ପ୍ରଥମ ଦିନରେ ‘ସ୍ତ୍ରୀ ୨’ ଫିଲ୍ମ ୬୦.୩ କୋଟି ଟଙ୍କା ବକ୍ସ ଅଫିସରୁ ସଂଗ୍ରହ କରିଥିବା ବେଳେ ଶୁକ୍ରବାର ଦ୍ୱିତୀୟ ଦିନରେ ଏହା ୩୦ କୋଟି ସଂଗ୍ରହ କରିଛି। ଏହିପରି ଭାବେ ପ୍ରଥମ ୨ ଦିନରେ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ସମୁଦାୟ ୯୦.୩ କୋଟି ଟଙ୍କା ସଂଗ୍ରହ କରିଛି। ସେହିପରି ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱବ୍ୟାପୀ ୭୬.୫ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ୨ ଦିନ ମଧ୍ୟରେ ଏହି ସଂଖ୍ୟା ୧୦୦ କୋଟି ଟପିଛି। ଦର୍ଶକଙ୍କ ମଧ୍ୟରେ ‘ସ୍ତ୍ରୀ ୨’ ପାଇଁ ରହୁଥିବା କ୍ରେଜ୍‌କୁ ବିଚାରକୁ ନେଇ ଚଳିତ ୱିକ୍‌ ଏଣ୍ଡ୍‌ ଶେଷ ସୁଦ୍ଧା ଫିଲ୍ମର ବକ୍ସ ଅଫିସ ସଂଗ୍ରହ ୨୦୦ କୋଟି ପାର କରିବ ବୋଲି କେତେଜଣ ଫିଲ୍ମ ସମୀକ୍ଷକ ଆକଳନ କରିଛନ୍ତି।

୨’ ଫିଲ୍ମରେ ଶ୍ରଦ୍ଧାଙ୍କ ବିପକ୍ଷରେ ଅଭିନେତା ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅମର କୌଶିକଙ୍କ ନିର୍ଦ୍ଦେଶିତ ଏବଂ ଦିନେଶ ଭିଜାନ ଓ ଜ୍ୟୋତି ଦେଶ୍‌ପାଣ୍ଡେଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅଭିନେତା ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀ ପ୍ରମୁଖ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri