‘ମୋ ଜମି ନଷ୍ଟ କଲ, କ୍ଷତିପୂରଣ ଦିଅ’

ବାଲେଶ୍ୱର ଅଫିସ,୭।୬ବାହାନଗା ରେଳ ଦୁର୍ଘଟଣା ପରେ ନିକଟସ୍ଥ ଚାଷ ଜମିରେ ଖଣ୍ଡବିଖଣ୍ଡିତ ବଗି ଗୁଡ଼ିକ ରଖାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ଏହି ଜମିରେ ଚାଷ ହୋଇ ନ ପାରିବା ଆଶଙ୍କା କରି ଜଣେ ଜମି ମାଲିକ ପ୍ରଶାସନକୁ କ୍ଷତିପୂରଣ ମାଗିଛନ୍ତି। ମୋ ଜମି ନଷ୍ଟ କଲ କ୍ଷତିପୂରଣ ଦିଅ ବୋଲି ସେ ଦାବି କରିବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଗତ ୨ ତାରିଖ ରେଳ ଦୁର୍ଘଟଣା ପରେ ଟ୍ରେନ୍‌ର ବଗିଗୁଡ଼ିକ ଏଣେତେଣେ ହୋଇ ଛିଟ୍‌କି ପଡ଼ିଥିଲା। ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସମୟରେ ବଗିଗୁଡ଼ିକୁ ବାହାର କରାଯାଇ ନିକଟସ୍ଥ ଚାଷ ଜମିରେ ରଖାଯାଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉକ୍ତ ଚାଷ ଜମି ଉପରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ହେଲିକପ୍ଟର ଯୋଗେ ଓହ୍ଲାଇ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ଏହି ଦୁର୍ଘଟଣା କେବଳ ରାଜ୍ୟ ନୁହେଁ ବରଂ ବିଶ୍ୱ ପାଇଁ ଏକ ବଡ଼ ଦୁଃଖଦ ଘଟଣା ଭାବେ ପରିଗଣିତ ହୋଇଛି। ଏନେଇ ରାଜ୍ୟଠାରୁ ଆରମ୍ଭ କରି ସାରା ବିଶ୍ୱବାସୀ ସ୍ଥାନୀୟ ଲୋକ ସହଯୋଗ ଓ ଜିଲାପ୍ରଶାସନର ତ୍ୱରିତ୍‌ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏଭଳି ଦୁଃଖଦ ପରିସ୍ଥିତି ଭିତରେ ମଧ୍ୟ ଉକ୍ତ ଅଞ୍ଚଳର ଜମି ମାଲିକ ଭବେନ୍ଦୁ ଶେଖର ଉପାଧ୍ୟାୟ ପ୍ରଶାସନ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଜମିରେ ରେଳ ବଗି ଓ ମୃତଦେହ ଗଦା ହୋଇଥିବାରୁ ଚଳିତବର୍ଷ ଚାଷ କାର୍ଯ୍ୟ ହୋଇ ନ ପାରିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ, ରେଳ ଲାଇନ କଡ଼ରେ ତାଙ୍କର ସାଢ଼େ ୬ ଏକର ଜମି ରହିଛି। ଯେଉଁଠି ଦୁର୍ଘଟଣା ରାତିରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ସହ ମୃତଦେହ ରଖା ଯାଇଥିଲା। ଏଥିସହ ବଗି ରେଳ ଲାଇନରୁ ହଟାଇ ତାଙ୍କ ଜମିରେ ରଖା ଯାଇଛି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଢ଼େ ୬ ଏକର ଚାଷ ଜମିରେ ଏବେ ଚାଷ କାର୍ଯ୍ୟ କେମିତି ହେବ। ଏବେ ଟ୍ରେନ ଲାଇନ ମରାମତି ଚାଲିଥିବା ବେଳେ ଯାହାସବୁ ଅଦରକାରୀ ଲୁହା ଖଣ୍ଡ ବାହାରୁଛି ସେସବୁକୁ ତାଙ୍କ ଚାଷଜମିରେ ଫିଙ୍ଗା ଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଯେଉଁଠି ମୃତଦେହ ପଡ଼ିଥିଲା ସେହି ଜମିରେ ଚାଷ କେମିତି ହେବ ଏବଂ ସେଠାରେ ଥିବା ଭଙ୍ଗାରୁଜା ବଗି ଗୁଡିକ କେବେ ଉଠିବ ବୋଲି ଭବେନ୍ଦୁ ପ୍ରଶ୍ନ କରିଛନ୍ତି। ଏଥିସହ ତାଙ୍କ ଜମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓହ୍ଲାଇବା ନେଇ ସେ ଖୁସି ବ୍ୟକ୍ତ କରିଥିବା ବେଳେ ତାଙ୍କ ଜମିରେ ଉଦ୍ଧାର କାର୍ଯ୍ୟ ବେଳେ ଯାହା ସବୁ ହୋଇଥିଲା ତାହାକୁ ନେଇ ସେ କୌଣସି ପ୍ରତିକ୍ରିୟାଶୀଳ ନୁହଁନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri