Posted inଜାତୀୟ

ବିରୋଧୀଙ୍କ ଉପରେ ବର୍ଷିଲେ ବାବୁଲ ସୁପ୍ରିଓ; କହିଲେ ମୁଁ ସବୁକିଛି ହୋଇପାରେ,ହେଲେ…

କୋଲକାତା,୬।୪: ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ବାବୁଲ ସୁପ୍ରିୟୋଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ବୁଧବାର ଏହି ଉକ୍ତିର ଜବାବ ରଖି ‘ମୁଁ ସବୁ କିଛି ହୋଇପାରେ। କିନ୍ତୁ ମୁଁ ଦଳବଦଳକାରୀ ନୁହେଁ’ ବୋଲି ବାବୁଲ କହିଛନ୍ତି।

ପୂର୍ବରୁ କେନ୍ଦ୍ରର ଭାଜପା ସରକାରରେ ବାବୁଲ ମନ୍ତ୍ରୀ ଥିଲେ। ପରେ ଗତ ସେପ୍ଟେମ୍ବର ମାସରେ ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ବାଦ ଦିଆଯାଇଥିଲା। ନରେନ୍ଦ୍ର ମୋଦି କ୍ୟାବିନେଟ୍‌ରୁ ବାହାରିବାର କିଛି ମାସ ପରେ ବାବୁଲ ଭାଜପା ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ। ସେ ଏବେ କୋଲକାତାର ବାଲିଗଞ୍ଜ ବିଧାନସଭା ଆସନରୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି।
ବାବୁଲଙ୍କୁ ଜଣେ ଦଳବଦଳକାରୀ ନେତା ବୋଲି ବିରୋଧୀ ଅଭିଯୋଗ ଆଣିବା ପରେ ସେ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଭାଜପା ଛାଡ଼ିଥିଲି ଏବଂ ଏମ୍‌ପି ପଦ ମଧ୍ୟ ଛାଡ଼ିଥିଲି। ଭାଜପା ଛାଡ଼ିବା ପରେ ମୁଁ ଟିଏମ୍‌ସିରେ ଯୋଗ ଦେଇଛି। ଏଣୁ ଆପଣ ମୋତେ ଦଳବଦଳ କରୁଥିବା ରାଜନେତା କହିପାରିବ ନାହିଁ। ମୁଁ ଯେତେବେଳେ ରାଜନୀତି ଛାଡ଼ିଥିଲି ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ମୋତେ ଦଳରେ ଏକ ପଦବୀ ଅଫର ଦେଇଥିଲେ। କିନ୍ତୁ ତାଙ୍କ ପ୍ରସ୍ତାବକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି। ମୁଁ ଭାଜପାରେ ଆଉ ରହିବାକୁ ଚାହୁଁ ନ ଥିବା କହିଥିଲି ବୋଲି ବାବୁଲ କହିଛନ୍ତି ।

ବାଲିଗୁଞ୍ଜ ବ୍ୟତୀତ ଆସନସୋଲରେ ଖାଲିଥିବା ଲୋକ ସଭା ଆସନ ଲାଗି ଉପନିର୍ବାଚନ ହେବ। ଏହି ଆସନସୋଲ ଆସନରୁ ବାବୁଲ ଏମପି ଥିଲେ। ତେବେ ସେଇ ଆସନରୁ ଶତ୍ରୁଘ୍ନ ସିହ୍ନା ଟିଏମସିରୁ ଏମପି ପ୍ରାର୍ଥୀ ହୋଇଛନ୍ତି। ଏହାକୁ ନେଇ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆସନସୋଲରେ ଭାଜପା ପକ୍ଷରୁ ଟିଏମ୍‌ସି ପ୍ରାର୍ଥୀଙ୍କ ବିରୋଧରେ ବାବୁଲଙ୍କ ଗୀତକୁ ବଜାଯାଉଛି। ଏହାକୁ ନେଇ ମଧ୍ୟ ବାବୁଲ ଖପ୍ପା ହୋଇଛନ୍ତି। ଭାଜପାରେ ପ୍ରତିଭାର ଅଭାବ ନାହିଁ। ସେ ଦଳ ଛାଡ଼ିଥିବା ବେଳେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏଭଳି ସ୍ଥିତିରେ କାହିଁକି ତାଙ୍କ ଗୀତକୁ ଭାଜପା ବ୍ୟବହାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କୁ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ମୌଳିକ ସୁବିଧାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ଟଙ୍କିକିଆ ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୫ କି.ମି.

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ଦେଶ ସ୍ବାଧୀନତାର ୭୮ବର୍ଷ ପୂରିଥିଲେ ମଧ୍ୟ ଏବେ ସୁଦ୍ଧା ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ପହଞ୍ଚିପାରିନାହିଁ ମୌଳିକ ସୁବିଧା। ବିଶେଷକରି…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri