ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ ଭିତରକୁ ଆସୁଥିବା ବାରମଜା କିଣି ଖାଇଥାନ୍ତି ତ କେବେ ଷ୍ଟେଶନରେ ଟ୍ରେନ ଅଟକିଲେ ଖାଦ୍ୟ କିଣିଥାନ୍ତି। କିନ୍ତୁ ବେଳେବେଳେ ରାତ୍ରୀ ଯାତ୍ରାରେ ଖାଦ୍ୟ ମିଳିବା ସହଜ ହୋଇ ନ ଥାଏ। କିନ୍ତୁ ବର୍ତ୍ତମାନ ଏହି ଟେନଶନ ଆପଣଙ୍କ ଦୂର ହୋଇଗଲା। ଅର୍ଥାତ୍‌ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନରେ ଜୋମାଟୋର ବ୍ୟବସ୍ଥା କରିଛି। ଆପଣ ଏବେ ନିଜ ସିଟ୍‌ରେ ବସି ଜୋମାଟୋରେ ଅନଲାଇନ୍‌ ଖାଦ୍ୟ ଅର୍ଡର କରିପାରିବେ।

କେବଳ ଘରେ ନୁହେଁ ଆମେ ବାହାରକୁ କୁଆଡେ ଯାତ୍ରା କଲେ ସ୍ବାସ୍ଥ୍ୟକର ଖାଦ୍ୟ ଖୋଜିଥାଉ। ତେବେ ଟ୍ରେନ୍‌ ଯାତ୍ରାରେ ଗୋଟିଏ ସ୍ଥାନରେ ବସି ଏହାକୁ ଖୋଜିବା ସହଜ ହୁଏନାହିଁ। କିନ୍ତୁ ବର୍ତ୍ତମାନ ଏହି ସୁବିଧା ଦ୍ୱାରା ଟ୍ରେନ୍‌ ଯାତ୍ରାରେ ଯେତେବେଳେ ବି ଖାଦ୍ୟ ଅର୍ଡର କରିପାରିବେ।

ଏନେଇ ଜୋମାଟୋ ସିଇଓ ଦେପନ୍ଦର ଗୋଏଲ କହିଛନ୍ତି, ରେଲଓ୍ବେ ନେଟଓ୍ବର୍କରେ ଜମାଟୋ ଅନଲାଇନ ମାଧ୍ୟମରେ ୧୦୦ରୁ ଅଧିକ ରେଳଷ୍ଟେଶନରେ ଉପଲବ୍ଧ ହେଉଛି। ଯାତ୍ରୀଙ୍କ ପାଇଁ ଟ୍ରେନର ପ୍ରତି କୋଚ୍‌ରେ ଖାଦ୍ୟ ପହଞ୍ଚାଯିବ। ତେବେ ଆପଣ ଯଦି ଯାତ୍ରା ସମୟରେ ଖାଇବା ଅର୍ଡର କରିବାକୁ ଚାହୁଁଛନ୍ତି ତେବେ Zomato ଆପ୍‌କୁ ଅନଲାଇନ୍‌ ଭିଜିଟ୍‌ କରି କୌଣସି ବି ଖାଦ୍ୟ ଅର୍ଡର କରିପାରିବେ। ଯାତ୍ରୀମାନଙ୍କୁ ଖାଦ୍ୟ ଅର୍ଡର କରିବାକୁ ହେଲେ ଆପଣଙ୍କୁ ନିଜର PNR ନମ୍ବର ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?