କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ: ଜାଣନ୍ତୁ କିପରି

ହିନ୍ଦୁ ଧର୍ମରେ ପଦ୍ମ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ଦିବ୍ୟ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଇଥାଏ। ମାତା ଲକ୍ଷ୍ମୀଙ୍କର ମଧ୍ୟ ଏହି ଫୁଲ ଖୁବ୍‌ ପସନ୍ଦ। ବିଶ୍ୱାସ ରହିଛି ଯେ, ମାତା ଲକ୍ଷ୍ମୀଙ୍କ ଚରଣରେ ସତେଜ ପଦ୍ମ ଫୁଲ ଅର୍ପଣ କଲେ ଘରେ କୁଆଡ଼େ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। କିନ୍ତୁ ସବୁବେଳେ ପଦ୍ମଫୁଲ ମିଳିବା ତ ସମ୍ଭବ ନୁହେଁ। ତେଣୁ ଏହା ବଦଳରେ ଗୃହସ୍ଥ ଚାହିଁଲେ ଘରେ କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ। ବାସ୍ତୁବିତ୍‌ମାନେ ବି ଏକଥାକୁ କେତେକାଂଶରେ ବିଶ୍ୱାସ କରିଥାନ୍ତି। ମାନ୍ୟତା ରହିଛି ଯେ, କ୍ରିଷ୍ଟାଲ୍‌ ଲୋଟସ୍‌ ହେଉଛି ଏମିତି ଏକ ପବିତ୍ର ବସ୍ତୁ, ଏହାକୁ ଯେଉଁଠି ରଖାଯାଏ ସେଠାକାର ବାତାବରଣ ସକାରାତ୍ମକ ଉର୍ଜ୍ଜାରେ ଭରିଯାଏ। ତେଣୁ ଏହାକୁ ସର୍ବଦା ପରିଷ୍କାର, ପରିଚ୍ଛନ୍ନ ସ୍ଥାନରେ ରଖିବା ଆବଶ୍ୟକ। ଘରର ଡ୍ରଇଂ ରୁମ୍‌ରେ ଧଳା ରଙ୍ଗର କ୍ରିଷ୍ଟାଲ୍‌ ଲୋଟସ୍‌ ରଖିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଢାଇବାରେ ସାହାଯ୍ୟ କରିଥାଏ। ଘରୁ ନକରାତ୍ମକ ଶକ୍ତିକୁ କମ୍‌ କରି ସକରାତ୍ମକ ଉର୍ଜ୍ଜାକୁ ବଢାଇବାକୁ ଚାହୁଁଥିଲେ, କ୍ରିଷ୍ଟାଲ୍‌ ଲୋଟସ୍‌କୁ ଘରର ଝରକା ପାଖରେ ମଧ୍ୟ ପରିଷ୍କାର କରି ରଖିପାରିବେ। ସ୍ବାମୀସ୍ତ୍ରୀଙ୍କ ସମ୍ପର୍କକୁ ନିବିଡ଼ କରିବାକୁ ଚାହୁଁଥିଲେ, ସେମାନଙ୍କ ବେଡ୍‌ରୁମ୍‌ରେ ଗୋଲାପୀ ଅଥବା ନାଲି ରଙ୍ଗର କ୍ରିଷ୍ଟାଲ୍‌ ଲୋଟସ୍‌ ରଖିବା ଶୁଭ ହୋଇଥାଏ। ସେହିପରି ଆର୍ଥିକ ଉନ୍ନତି ହେଉ ଅଥବା ପାଠପଢାରେ ଅଗ୍ରଗତି ପାଇଁ ଅଫିସ୍‌ ଟେବୁଲ୍‌ କିମ୍ବା ପିଲାଙ୍କ ଷ୍ଟଡି ଟେବୁଲ୍‌ ଉପରେ ନୀଳ ରଙ୍ଗର କ୍ରିଷ୍ଟାଲ୍‌ ଲୋଟସ୍‌ ରଖିଲେ ଶୁଭଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri