ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସାମିଲ ହୋଇଥିବା ବେଳେ ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତଗର ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ୍‌ ରାୟ କନିସି ତହସିଲଦାର କବିରାଜ ପ୍ରଧାନ, ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ଗଙ୍ଗାଧର ପାତ୍ର ଓ ଅନ୍ୟ ଅତିଥି ଯୋଗ ଦେଇଥିଲେ। ଯୋଗ ହୋଉଛି ଆମ କର୍ମ ଓ ଆମର ଜୀବନର ପ୍ରମୁଖ ଅଙ୍ଗ। ଯୋଗ କରିଲେ ନିରୋଗ ରହିବା ବୋଲି ମନ୍ତ୍ରୀ ଜେନା କହିଥିଲେ। ମନୁଷ୍ୟର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ସୁନ୍ଦର ଓ ସତେଜ ରଖିଥାଏ। ଆମେ ସମସ୍ତେ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ଆହ୍ବାନ କରାଯାଇଥିଲା। ସଭାକୁ ପ୍ରତାପ ପଟ୍ଟନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ କର୍ମଚାରୀ, ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟମାନେ ସାମିଲ ହୋଇ ବିଭିନ୍ନ ଯୋଗ କରାଯାଇଥିଲା। ଏହି ଅବସରରେ କନିସି ଅତିରିକ୍ତ ତହସିଲଦାର ଚିତ୍ର ସେନ ଦଳେଇ ବିଇଓ ଦେବେନ୍ଦ୍ର ବେହେରା, ସିଡିପିଓ ସଂଘମିତ୍ରା ମିଶ୍ର, କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର, ଗୋପୀନାଥ ମହାରଣା, ଗଙ୍ଗା ଶତପଥୀ, ଯଯାତି ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share