Posted inଖେଳ

ବର୍ଷ ବଦଳିଲା, କିନ୍ତୁ ବଦଳିଲାନାହିଁ ଆରସିବି ଭାଗ୍ୟ: ଏଥର ବି ପ୍ଲେ ଅଫ୍‌ ଆଶା କ୍ଷୀଣ

କୋଲକାତା,୨୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଶେଷ ଥର ପାଇଁ ୨୦୨୨ରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ଲେ ଅଫରେ ପହଞ୍ଚିଥିଲା। ଆଜି ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ କେକେଆର ୧ ରନ୍‌ରେ ଆରସିବିକୁ ପରାସ୍ତ କରିଛି। ଏହାପୂର୍ବରୁ ୨୦୨୩ରେ ମଧ୍ୟ ବେଙ୍ଗାଲୁରୁ ପ୍ଲେ ଅଫରେ ପହଞ୍ଚି ପାରି ନ ଥିଲା ଏବଂ ବର୍ତ୍ତମାନ ଆଇପିଏଲ ୨୦୨୪ରେ ମଧ୍ୟ ଦଳର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଫାଫ ଡୁ ପ୍ଲେସିସଙ୍କ ଅଧିନାୟକତ୍ୱରେ ବେଙ୍ଗାଲୁରୁ ଚଳିତ ସିଜନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ମ୍ୟାଚ୍‌ ମାତ୍ର ୧ ବିଜୟ ହାସଲ କରିଛି। ଆରସିବିରେ ବର୍ତ୍ତମାନ ୨ ପଏଣ୍ଟ ରହିଛି ଏବଂ ପଏଣ୍ଟ ଟେବୁଲରେ ଦଳ ଶେଷ ସ୍ଥାନରେ ଅଛି। ଏଠାରୁ ଯଦିଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହାର ଅବଶିଷ୍ଟ ୬ଟି ମ୍ୟାଚ ଜିତିଲେ ମଧ୍ୟ ପ୍ଲେ ଅଫ ରେ ପହଞ୍ଚିବା କଷ୍ଟକର ହୋଇଯିବ। ବେଙ୍ଗାଲୁରୁ ପାଇଁ ଏହା ଏକ ନୂଆ କଥା ନୁହେଁ,କାରଣ ଆଇପିଏଲ ୨୦୨୩ରେ ମଧ୍ୟ ଏମିତି ପ୍ରଦର୍ଶନ କରି ଚକ୍ରରେ ି ଦଳ ପ୍ଲେ ଅଫ ସ୍ଥାନ ସୁରକ୍ଷିତ କରିପାରି ନ ଥିଲା।
ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କେବଳ ପଞ୍ଜାବ କିଙ୍ଗସ ବିପକ୍ଷରେ ଆସିଥିଲା। ସେମାନେ ସେହି ମ୍ୟାଚକୁ ୪ ଉଇକେଟରେ ଜିତିଥିଲେ। ଏହା ପରେ ହାଇଦ୍ରାବାଦ, ଲକ୍ଷ୍ନୌ, ରାଜସ୍ଥାନ ଏବଂ ମୁମ୍ବାଇ ବିପକ୍ଷରେ ଆରସିବିକୁ ଦୁଇଥର ଏବଂ ଥରେ କୋଲକାତା ମୁକାବିଲା କରିବାକୁ ପଡିବ। ଆଇପିଏଲ ୨୦୧୯ରେ ଆରସିବି କ୍ରମାଗତ ୭ଟି ମ୍ୟାଚ ହାରିଥିଲା ଏବଂ ବର୍ତ୍ତମାନ ଦଳ ସେହି ଲଜ୍ଜାଜନକ ରେକର୍ଡ ଭାଙ୍ଗିବାକୁ ନିକଟତର ହୋଇଛି କାରଣ ଏହି ସିଜନରେ ଦଳ କ୍ରମାଗତ ୬ଟି ମ୍ୟାଚ ହାରିଛି। ଯଦି ଆରସିବି ଏଠାରୁ ବାକି ସମସ୍ତ ୬ଟି ମ୍ୟାଚ ଜିତେ, ତେବେ ସେମାନେ ୧୪ ପଏଣ୍ଟ ପାଇବାକୁ ସକ୍ଷମ ହେବେ। ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ମାତ୍ର ୭ଟି ମ୍ୟାଚରେ ୧୨ ପଏଣ୍ଟ ସଂଗ୍ରହ କରିଛି ଏବଂ ଅନ୍ୟ ଦଳ ମଧ୍ୟ ତାର ଅଧିକ ପଛରେ ନାହାଁନ୍ତି। ଏଭଳି ପରିସ୍ଥିତିରେ ବେଙ୍ଗାଲୁରୁର ପ୍ଲେ ଅଫରେ ପହଞ୍ଚିବାର ଆଶା ପ୍ରାୟ ଶେଷ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri