ଯାତ୍ରା ଜଗତ ଉପରେ କାଳସାୟା: ଆଖିବୁଜିଲେ ଯାତ୍ରା ଖଳନାୟକ ଜ୍ଞାନ

ଭୁବନେଶ୍ୱର,୬।୧: ଯାତ୍ରା ଜଗତ ଉପରେ ସତେ ଯେମିତି ମୃତ୍ୟୁର କାଳସାୟା ବୁଲୁଛି।ଅକାଳରେ ଚାଲି ଯାଉଛି ଜୀବନ ପରେ ଜୀବନ। କିଛି ଦିନ ତଳେ ୨ଜଣ ହାସ୍ୟ କଳାକାର, ଜଣେ କଳାକାରଙ୍କ ଶିଶୁପୁତ୍ର ସମେତ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମଙ୍ଗଳବାର ଆଉଜଣେ ଯାତ୍ରା ଖଳନାୟକଙ୍କ ଜୀବନ ଚାଲିଯାଇଛି। ସେ ହେଲେ ଜ୍ଞାନ ରଞ୍ଜନ ସାହୁ। ଜ୍ଞାନ ବର୍ଷେ ହେବ ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ। ଧିରେ ଧିରେ ସେ ମଧ୍ୟ ଖୁବ ଦୁର୍ବଳ ହୋଇଯାଇଥିଲେ। ଶେଷରେ ତାଙ୍କର ମୁତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଏତେ କମ ବୟସରେ ତାଙ୍କ ମୃତ୍ୟୁ ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Share