ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍‌ଦାର ଡାଏଲଗ୍‌, ୪୨ ବର୍ଷ ଧରି…

ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର ଯାତ୍ରା କ୍ୟାରିୟରରେ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଦେବୀପ୍ରସାଦ। ସେ ମଞ୍ଚରେ ଅଭିନୟ କରିବା ସମୟରେ ତାଙ୍କ ଉପରୁ ଦର୍ଶକଙ୍କ ନଜର ହଟେନି। ବେଶ୍‌ ଦମ୍‌ଦାର ଢଙ୍ଗରେ ସେ ତାଙ୍କର ଡାଏଲଗ୍‌ ବା ସଂଳାପ କହିଥାନ୍ତି। ଯାହା ଦର୍ଶକଙ୍କୁ ସିଟ୍‌ରେ ବସି ରହିବାକୁ ବାଧ୍ୟ କରିଥାଏ।

ମଞ୍ଚ ନାଟକରେ ଶିଶୁ କଳାକାର ଭାବରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ଧିରେ ଧିରେ ଓଡ଼ିଶାର ପ୍ରଦର୍ଶନ କଳାରେ ପ୍ରମୁଖ ସ୍ଥାନ ପାଇଥିଲେ। ୪ ଦଶନ୍ଧି ଧରି ସେ ୧୦୦ରୁ ଅଧିକ ପ୍ରଯୋଜନାରେ ଅଭିନୟ କରିଥିଲେ, ନାୟକ, ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ୨୦୧୭ରେ ‘ଠକି ଦେଲା ବନ୍ଧୁ ଠିକଣା ବେଳେ’ ରେ ତାଙ୍କର ଶେଷ ଅଭିନୟ ୪୨ ବର୍ଷର କ୍ୟାରିଅରର ଶେଷ ହୋଇଥିଲା । ଯାହା ଯାତ୍ରା ନାଟ୍ୟ ଜଗତର ଏକ ଯୁଗକୁ ପରିଭାଷିତ କରିଥିଲା।

ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ମାତ୍ରେ ଶହ ଶହ ଯାତ୍ରା କଳାକାର ଏବଂ ପ୍ରଶଂସକ ତାଙ୍କ ଘରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ। ପରିବାର ତାଙ୍କ ଶରୀରକୁ ସର୍ବସାଧାରଣ ଦର୍ଶନ ପାଇଁ ରଖିଥିଲେ, ଯାହା ପ୍ରଶଂସକମାନଙ୍କୁ ଓଡ଼ିଆ ଲୋକ ନାଟ୍ୟ କଳାର ସାଂସ୍କୃତିକ ପରିଚୟକୁ ଗଠନ କରିଥିବା ଜଣେ କଳାକାରଙ୍କୁ ଶେଷ ବିଦାୟ ପ୍ରଦାନ କରିବାର ସୁଯୋଗ ଦେଇଥିଲା।

ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri