କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଜୁ ଜନତା ଦଳର ସଭାପତି ଭାବେ ବିଶିଷ୍ଟ ଯୁବନେତା ତଥା ପୂର୍ବତନ ସ. ମାଲପଡ଼ା ସମିତି ସଭ୍ୟ ଯଶୋବନ୍ତ ସାହୁ ମନୋନୀତ ହୋଇଥିବା ଜଣାଯାଇଛି। ଶୁକ୍ରବାର ଭାବନୀପାଟଣାଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ଏହା ଘୋଷଣା କରିଥିଲେ। ଯଶୋବନ୍ତଙ୍କୁ ବିଜେଡି କର୍ମୀମାନେ ସ୍ବାଗତ କରିବା ସହ ତାଙ୍କ ନେତୃତ୍ୱରେ ଦଳ ବ୍ଲକ ସ୍ତରରେ ଆହୁରି ସଙ୍ଗଠିତ ହୋଇ ସଫଳତା ହାସଲ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ତେବେ ଯଶୋବନ୍ତ ତାଙ୍କୁ ବ୍ଲକ ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲା ସଭାପତି ପ୍ରଦୀପ ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ କୃତଜ୍ଞତା ଜଣାଇ ଜଣାଇଛନ୍ତି। ସେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି ପ୍ରକାଶ କରିଛନ୍ତି।


