ଯଶୋବନ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି

ବିରିଡି,୨୯।୧୧(ଡି.ଏନ.ଏ.): ଓଡ଼ିଆ ଭାଷା, ସଂସ୍କୃତିକୁ ଆଧ୍ୟାମତ୍ିକ ରଚନାବଳୀ ଦ୍ୱାରା ରୁଦ୍ଧିମନ୍ତ କରି ଓଡ଼ିଆ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ କରିବାକୁ ମଧ୍ୟଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ସାଧକ ଯଶୋବନ୍ତ ଦାସଙ୍କ ଅବଦାନ ଅବିସ୍ମରଣୀୟ। ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀ (ଓଢଣ ଷଷ୍ଠୀ) ତିଥିରେ ସିଦ୍ଧ ସାଧକଙ୍କର ଶ୍ରାଦ୍ଧୋତ୍ସବ ପାଳିତ ହୋଇଆସୁଛି। ଉକ୍ତ ଦିନରେ କେତେ ଘଣ୍ଟା ଲାଗି ରାଜ୍ୟର ପ୍ରମୁଖ ସାହିତି୍ୟକ, କବି, ସାଧୁସନ୍ଥ, ଖବରଦାତା ବୁଦ୍ଧିଜୀବୀ, ପ୍ରଶାସକ, ରାଜନେତାମାନେ ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ ଅଢଙ୍ଗ ନାଇଲୋ ଗାଁରେ ଏକତ୍ରିତ ହୋଇଥାନ୍ତି। ଆଉ ହଜାର ହଜାର ଶ୍ରଦ୍ଧାଳୁ, ଜନସାଧାରଣ ମହାପୁରୁଷଙ୍କ ସେହିଦିନରେ କାର୍ଯ୍ୟକ୍ରମ ଦେଖି ରାତି ବିତାଇଥାନ୍ତି। ପରଦିନ ଆଉ କେହି ନ ଥାନ୍ତି ମହାପୁରୁଷଙ୍କ କଥା ମନେ ପକାଇବାକୁ।
ଓଡ଼ିଶାର ଘରେ ଘରେ ପରିଚିତ ସାଧକଙ୍କ ପ୍ରେମ ଭକ୍ତି ବ୍ରହ୍ମ ଗୀତା, ଟୀକା ଗୋବିନ୍ଦ ଚନ୍ଦ୍ର, ଆମତ୍ ପରତେ ଗୀତା, ପଦ୍ମବନ ରାସ ମାଳିକା ଓ ଭଜନାବଳୀ ଭକ୍ତ ସମାଜକୁ ଆନ୍ଦୋଳିତ କରିଥାଏ। କିନ୍ତୁ ତାଙ୍କ ସାଧନା ପୀଠଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ପୂର୍ବରୁ ଉଭୟ ସରକାରୀ ଓ ବେସରକାରୀ ସହାୟତା ନ ଥିବାରୁ ପୀଠଟିର ବିକାଶ ଘଟି ପାରିନାହିଁ। କିନ୍ତୁ ପଞ୍ଚସଖା ଉନ୍ନୟନ ପରିଷଦ ପକ୍ଷରୁ ଆଇନଜୀବୀ ଶିଶିର ଦାସଙ୍କ ସହାୟତାରେ ମହାପୁରୁଷଙ୍କ ମନ୍ଦିରଟିଏ ହେବା ସହ ସାମ୍ନାରେ ଏକ ଦର୍ଶନ ପିଣ୍ଡି ନିର୍ମାଣ କରାଯାଇଛି। ମହାପୁରୁଷଙ୍କ ଗାଦିକୁ ଲାଗି ପଛପଟେ ୧୪ ଜଣ ମହନ୍ତଙ୍କ ସମାଧି ପଡି ରହିଛି। ଏହା କେବଳ ଶ୍ରାଦ୍ଧ ଦିନ ମାଟି ପଡି ଲିପାଯାଇଥାଏ। ମହାପୁରୁଷଙ୍କ ପୀଠର ରକ୍ଷଣାବେକ୍ଷଣ ଓ ନୀତି କରିବା ପାଇଁ କେଉଁ ଯୁଗରୁ ଜମିଦାର ୧୨ ବାଟି , ୧୨ ମାଣ, ୧୨ ଗୁଣ୍ଠ ଓ ୧୨ ବିଶ୍ୱା ଜମି ଖଞ୍ଜା କରିଥିଲେ। ଏବେ ସେହି ଜମି ବିକ୍ରି ହୋଇଯିବା ପରେ ଦୈନନ୍ଦିନ ନୀତି ଟ୍ରଷ୍ଟି କରୁଛି। ଜମି ଆକାରରେ ଏ ୩.୩୨ଡି. ଚାଷଜମି ରହିଥିବା ବେଳେ ପୀଠ ନିକଟରେ ୪ ଏକର ପଡିଆ ଜମି ରହିଛି। ପୀଠର ଅବହେଳିତ ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ଦେବୋତ୍ତର କମିଶନଙ୍କ ପକ୍ଷରୁ ଏକ ଟ୍ରଷ୍ଟ ଗଠନ କରାଯାଇଛି। ୨୦୧୬ ମାର୍ଚ୍ଚରେ ଦେବୋତ୍ତର ବିଭାଗ ନୀତିକାନ୍ତି ପାଇଁ ୩୦ ହଜାର ଓ ରଥ ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଆଉ ଏବେ ଦେଉନାହାନ୍ତି। ଏଠାରେ ଆୟ କିଛି ନାହିଁ, କେବଳ ଦାନ ଓ ବାର୍ଷିକ ଉତ୍ସବରୁ ଆଦାୟ ଅର୍ଥରେ ପୂଜକ ଏବଂ ନୀତି କାର୍ଯ୍ୟ ହୁଏ। ମହାପୁରୁଷଙ୍କ ପଞ୍ଚସଖାଙ୍କ ସାଧନା ପୀଠ ମଧ୍ୟରୁ କେବଳ ଯଶୋବନ୍ତ ପୀଠକୁ ଛାଡି ଅନ୍ୟ ୪ ମହାପୁରୁଷଙ୍କ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳ ଭାବେ ଘୋଷଣା କରିଛନ୍ତି। ପୀଠକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ, ପୀଠର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ, ଅଣଖିଆ ଛକରେ ମହାପୁରୁଷଙ୍କ ତୋରଣ ନିର୍ମାଣ, ପାନ୍ଥଶାଳା ଓ ଶୌଚାଳୟ ନିର୍ମାଣ, ପୀଠ ପୁଷ୍କରିଣୀର ପଙ୍କ ଉଦ୍ଧାର, ପୀଠ ପାର୍ଶ୍ୱରେ ଉଦ୍ୟାନ ନିର୍ମାଣ, ଶ୍ରୀରାମ ମଣ୍ଡପର ପୁନରୁଦ୍ଧାର ଲାଗି ରାଜ୍ୟ ସରକାର ଅର୍ଥ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲିଙ୍ଗରାଜ ମଲ୍ଲ, ଦେବୀପ୍ରସାଦ ତ୍ରିପାଠୀ, କିଶୋର ଚନ୍ଦ୍ର ମହାନ୍ତି, ବିଶ୍ୱନାଥ ଦାସ, ଚିତ୍ତରଞ୍ଜନ ଦାସ, ସରପଞ୍ଚ ଲକ୍ଷ୍ମୀପ୍ରିୟା ଖଟୁଆ, ଜିଲା ପରିଷଦ ସଭ୍ୟା ଦୀପ୍ତିମୟୀ ରାୟ ପ୍ରମୁଖ ଜଗତ୍‌ସିଂହପୁର ଜିଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ମାତା ରେଖାଦେବୀ ଓ ପିତା ବଳଭଦ୍ର ମଲ୍ଲଙ୍କ ପୁତ୍ର ଯଶୋବନ୍ତଙ୍କର ଜୀବନ କାଳ ୧୪୭୦ଖ୍ରୀଷ୍ଟାବ୍ଦରୁ ୧୫୫୦ ମଧ୍ୟରେ ବିତିଥିଲା ବୋଲି ମହାପୁରୁଷ ପଞ୍ଚସଖାଙ୍କ ସାଧକ ଧ୍ୟାନକୁଦ ପୀଠର ପୀଠାଧୀଶ ବାବା ଅରକ୍ଷିତ ଦାସ କୁହନ୍ତି। ପରେ ଯଶୋବନ୍ତ ତତ୍କଳୀନ ଅଢଙ୍ଗଗଡର ରାଜା ରଘୁରାଜ ଚମ୍ପତିଙ୍କ ଭଗିନୀ ଅଞ୍ଜନା ଦେବୀଙ୍କୁ ବିବାହ କରି ୩ଟି ପୁତ୍ର ସନ୍ତାନର ଜନକ ହୋଇଥିଲେ। ତାଙ୍କ ନାମ ରାମ, ମାଧବ ଓ କହ୍ନେଇ। ସେ ସଂସାରୀ ହୋଇଥିଲେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଇଷ୍ଟ ଭାବେ ସୁମରଣା କରି ପିଣ୍ଡ ବ୍ରହ୍ମାଣ୍ଡ, ଠୁଳ, ଶୂନ୍ୟ, ତତ୍ତ୍ୱ ସମ୍ପର୍କରେ ଜନମାନସକୁ ଅବଗତ କରାଉଥିଲେ। ଓଢଣ ଷଷ୍ଠୀ ଦିନ ପୀଠରେ ମହାପୁରୁଷଙ୍କ ଶ୍ରାଦ୍ଧ ପଡିବା ପରେ ମାଳଚୂଳ, ଭଜନ କୀର୍ତ୍ତନ ଯଜ୍ଞ, ପ୍ରବଚନ, ଧର୍ମସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ। ବିଶେଷ ଭାବେ ପ୍ରତିବର୍ଷ ମହାପୁରୁଷଙ୍କ ପୀଠରେ ଓଢଣ ଷଷ୍ଠୀ ତିଥିରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଶୋବନ୍ତ ସାଂସ୍କୃତିକ ବିକାଶ କଳା ଅନୁଷ୍ଠାନ ଓ ଯଶୋବନ୍ତ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟର ଯଶୋବନ୍ତ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ଓ ସାରସ୍ବତ ସଭା ସହ ଗ୍ରାମବାସୀଙ୍କ ଦ୍ୱାରା ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri