Posted inଖେଳ

ଯଶୋଦାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୨।୬,(ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ଜାତୀୟ ସିନିୟର ମହିଳା ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ରାଉଣ୍ଡର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ କର୍ନାଟକକୁ ହରାଇ ଦେଇଛି। ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚରେ ଓଡ଼ିଶା ପକ୍ଷରୁ ଅଧିନାୟିକା ଯଶୋଦା ମୁଣ୍ଡା ଏକାକୀ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ସେ ମ୍ୟାଚର ୩୪, ୩୮ ଓ ୫୫ତମ ମିନିଟରେ ଗୋଲ ତିନୋଟି ଦେଇଥିଲେ। ଏହାକୁ ମିଶାଇ ଚଳିତ ଟୁର୍ନାମେଣ୍ଟରେ ଯଶୋଦାଙ୍କ ଗୋଲ ସଂଖ୍ୟା ୧୦ରେ ପହଞ୍ଚତ୍ଛି। ମାଳତୀ ମୁଣ୍ଡା ୪୪ତମ ମିନିଟରେ ଅନ୍ୟ ଗୋଲଟି ସ୍କୋର କରିଥିଲେ। ଗ୍ରୁପ୍‌ ‘ଏ’ରେ ଓଡ଼ିଶା ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ସାରିଥିବାବେଳେ ୩ ବିଜୟ ଓ ୧ ପରାଜୟ ସହ ୯ ପଏଣ୍ଟ ପାଇଛି। ଫଳରେ ଦଳ ନିଜ ଗ୍ରୁପ୍‌ରେ ତାମିଲନାଡ଼ୁ (୧୨ ପଏଣ୍ଟ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚରେ ତାମିଲନାଡ଼ୁ ୩-୦ ଗୋଲରେ ଚଣ୍ଡିଗଡ଼କୁ ହରାଇ ଥିବାବେଳେ ଝାଡ଼ଖଣ୍ଡ ଓ ପଞ୍ଜାବ ମ୍ୟାଚ ୧-୧ରେ ଡ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

T20 World Cupରେ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ କଲେ ଶିମରନ ହେଟମାୟାର, ଭାଙ୍ଗିଲା କ୍ରିସ ଗେଲଙ୍କ ୧୬ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୬।୨: 2026 T20 World Cupର ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶିମରନ ହେଟମାୟାର କ୍ରିସ ଗେଲଙ୍କ ୧୬ ବର୍ଷର…

ମେକ୍ସ ପିକଅପରେ ଚାଲାଣ ବେଳେ ମାଡ଼ିବସିଲା ଅଡବା ପୋଲିସ, ପୁରୀକୁ ଭାଙ୍ଗ…

ମୋହନା,୭।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବେବେରୀ ଛକରୁ ୧୧ କ୍ବିଣ୍ଟାଲରୁ ଉର୍ଦ୍ଧ୍ ଭାଙ୍ଗ ଜବତ କଲା ଅଡବା ପୋଲିସ ।…

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri