Posted inଜାତୀୟ

ୟାର୍ଡ-୧୧୮୭୯ ନୌସେନାକୁ ହସ୍ତାନ୍ତର…

ନୂଆଦିଲ୍ଲୀ,୨୦।୧୨ : ପ୍ରୋଜେକ୍ଟ ୭୫ର, ୟାର୍ଡ-୧୧୮୭୯ ର ପଞ୍ଚମ କାଲଭାରୀ ଶ୍ରେଣୀ ବୁଡ଼ାଜାହାଜ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଅଧିକାରୀ କହିଛନ୍ତି ଯେ ପ୍ରୋଜେକ୍ଟ ୭୫ ଅନୁଯାୟୀ ସ୍କର୍ପିନ ଡିଜାଇନର ୬ଟି ବୁଡ଼ାଜାହାଜ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଫ୍ରାନ୍ସର ଏମ/ଏସ ନାଭାଲ ଗ୍ରୁପ ସହଯୋଗରେ ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ମୁମ୍ବାଇରେ ଏହି ବୁଡ଼ାଜାହାଜ ନିର୍ମାଣ କରାଯାଉଛି। ନୌସେନା ଅଧିକାରୀମାନେ କହିଛନ୍ତି ଯେ ଖୁବ ଶୀଘ୍ର ଏହି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯିବ। ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବ।

ଆଇକେ ଗୁଜରାଲ ସରକାର ୨୫ ଟି ବୁଡ଼ାଜାହାଜ ହାସଲ କରିବାକୁ ନିଷ୍ପତ୍ତି ନେଇଥିଲେ। ପି-୭୫ ବୁଡ଼ାଜାହାଜ ନିର୍ମାଣ ପାଇଁ ୩୦ ବର୍ଷର ଯୋଜନା ପ୍ରସ୍ତୁତ କରାଯାଇଥିଲା। ୨୦୦୫ ରେ, ଭାରତ ଏବଂ ଫ୍ରାନ୍ସ ୬ ଟି ସ୍କର୍ପିନ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ ପାଇଁ ୩.୭୫ ବିଲିୟନ ଡ଼ଲାର ଚୁକ୍ତି ସ୍ବାକ୍ଷର କରିଥିଲେ। ଭାରତରେ ମାଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଏବଂ ଫ୍ରାନ୍ସର ଡିସିଏନସି ଏହାର କାର୍ଯ୍ୟର ତଦାରଖ କରୁଛନ୍ତି। ୬ଟି ମଧ୍ୟରୁ ପ୍ରଥମ ଆଇଏନଏସ କାଲଭାରୀ, କାର୍ଯ୍ୟସୂଚୀର ପାଞ୍ଚ ବର୍ଷ ପଛରେ ୨୦୧୭ ରେ କାର୍ଯ୍ୟକ୍ଷମ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri