ଯାଦବ ସମାଜ ଦୋଳ ମହୋତ୍ସବ: ଦେଖିବାକୁ ମିଳିଛି ପାରମ୍ପରିକ ବାଡ଼ି ଖେଳ

ବଲାଙ୍ଗୀର,୭।୩(ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୌରାଞ୍ଚଳ  ଯାଦବ ମହାସଭା ପକ୍ଷରୁ ୩୦ ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଯାଦବ ଭବନଠାରୁ ସ୍ବତନ୍ତ୍ର ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମୂର୍ତ୍ତି ଧରି ସହର ପରିକ୍ରମା କରିଥିଲା। ଏହି ସ୍ବତନ୍ତ୍ର ବିମାନକୁ କେବଳ ମହିଳାମାନେ ଧରିଥିଲେ। ଉତ୍ସବ ପରିପ୍ରେକ୍ଷୀରେ ସହରର ମା’ ସମଲେଇ, ମା ପାଟନେଶ୍ୱରି, ଦୁର୍ଗା ମନ୍ଦିର ଯାଇଥିବା ବେଳେ ଶୋଭାଯାତ୍ରାରେ ସହରର ଶହଶହ ଲୋକ ସାମିଲ ହୋଇଥିଲେ। ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥିଲେ। ପ୍ରସିଦ୍ଧ ଗଉର ବାଡି ଖେଳ ଆୟୋଜିତ ହୋଇଥିଲା। ଏହାକୁ ସହରବାସୀ ଉପଭୋଗ କରିଥିଲେ।
ଏଥର ପୁର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହେଉଥିବାରୁ, ଯାଦବମାନେ ହୋଲି ଖେଳିଛନ୍ତି। ପାରମ୍ପରିକ ବାଡ଼ି ଖେଳ ସହ ଯାଦବ ଭବନରୁ ବାହାରିଛି ଶୋଭାଯାତ୍ରା।
Dharitri – Odisha’s No.1 Odia Daily

Share