ପାଖେଇ ଆସୁଛି ‘ୟାସ୍‌’: ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ସାଢ଼େ ୭ ଲକ୍ଷ ଲୋକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଆସୁଛି ବାତ୍ୟା ‘ୟାସ’। ଏହା ବୁଧବାର ସକାଳେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ପୂର୍ବରୁ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ପ୍ରଭାବିତ ହେବାକୁ ଥିବା ୧୦ ଜିଲାରୁ ଲୋକମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବା ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ବାତ୍ୟା ବୁଧବାର ଧାମରା ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ତେବେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ୍‌ ଆଶଙ୍କାରେ ପ୍ରସ୍ତୁତି କରାଯାଉଛି। ସନ୍ଧ୍ୟାପରଠାରୁ ପବନ ବଢ଼ିବାର ଆଶଙ୍କା ରହିଛି। ଏଥିପାଇଁ ଏହା ପୂର୍ବରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି।