କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା ଓ ଦଣ୍ଡପାଟ ଅଞ୍ଚଳର ଶହଶହ ଜନସାଧାରଣ ନିର୍ଭର କରୁଥିବା ବେଳେ ଏକ୍ସ-ରେ ମେଶିନ ଥାଇ ମଧ୍ୟ ଏହାର ସୁଫଳ ପାଇ ପାରୁନାହାନ୍ତି। ଆଜିକୁ ୫/୬ ମାସ ହେବ ଏକ୍ସ-ରେ ଅପରେଟିଂ ପାଇଁ ଜଣେ ମହିଳା ଟେକ୍ନିସିଆନ ମଧ୍ୟ ନିଯୁକ୍ତି ପାଇଛନ୍ତି। ହେଲେ ଏକ୍ସ-ରେ ଅପରେଟିଂ ନ କରି ରୋଗୀଙ୍କ ପାଇଁ ନିରାମୟ ଯୋଜନାରେ ଔଷଧ କାଉଣ୍ଟରରେ ବସୁଥିବା ଦେଖିବାକୁ ମିଳୁଛି। କାହିଁକି ଏକ୍ସ-ରେ ମେଶିନ ଥାଇ ମଧ୍ୟ ରୋଗୀଙ୍କ କାମରେ ଆସୁନାହିଁ ତାହାକୁ ନେଇ କୋକସରା ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ତତ୍ତ୍ୱଦର୍ଶୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ଏକ୍ସ-ରେ ମେଶିନ କାର୍ଯ୍ୟକ୍ଷମ ପାଇଁ କିଛି ଆବଶ୍ୟକ ଉପକରଣ ଉପଲବ୍ଧ ନାହିଁ, ଆମେ ଜିଲା ମୁଖ୍ୟ ସିଡିଏମ୍‌ଓଙ୍କ ନିକଟରେ ଜଣାଇଛୁ ବୋଲି କହିଛନ୍ତି। ତେବେ ଏକ୍ସ-ରେ ମେଶିନ ଓ କର୍ମଚାରୀ ନିଯୁକ୍ତି ଥାଇ ମଧ୍ୟ ତାହା ରୋଗୀଙ୍କ କୌଣସି କାମରେ ଆସୁନାହିଁ ଶୀଘ୍ର ଜିଲା ପ୍ରଶାସନ ଓ ସିଡିଏମ୍‌ଓ ଦୃଷ୍ଟି ଦେଇ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ସଡ଼କ ସୁରକ୍ଷା, ଶ୍ରମିକଙ୍କ ସମସ୍ୟା ନେଇ ଗୁରୁତ୍ୱ

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): ସଡ଼କ ଦୁର୍ଘଟଣା ହ୍ରାସ କରିବା, ଯାତାୟାତ ନିୟମର ଅନୁପାଳନ ଏବଂ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri